jayashree

ଜିଲ୍ଲା ବଲ୍‌ ବେଡମିଣ୍ଟନ ଏସୋସିଏସନ ତରଫରୁ ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଲ୍‌ ବେଡମିଣ୍ଟନ ଏସୋସିଏସନ ତରଫରୁ ପଲ୍ଲିଶ୍ରୀ ବିହାର ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏଥିରେ ଏସୋସିଏସନର ସଭାପତି ଡ. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଇଂ. ନମିତା ପଟେଲ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରୁ ଧ୍ୟାନଚାନ୍ଦଙ୍କ ଅମର ଅତ୍ମାର ସଦ୍‌ଗତିପାଇଁ ଦୁଇମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟଅତିଥି ଶ୍ରୀମତୀ ପଟେଲ ଶରୀର ସୁସ୍ଥ ରଖିବା ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ସଭାପତି ଡ. ମିଶ୍ର ଆଲୋକପାତ କରିଥିଲେ । ଏସୋସିଏସନର ସଂପାଦକ ଲୋକନାଥ ସିଂହ ଜିଲ୍ଲା ବଲ୍‌ ବେଡମିଣ୍ଟନ ଏସୋସିଏସନର ୫ବର୍ଷିଆ ନବୀକରଣ କ୍ରୀଡା ଦିବସ ପୂର୍ବରୁ ପାଇଥିବାରୁ ଜିଲ୍ଲା ପ୍ରଶାସନ ବିଶେଷ କରି ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କୁ କୃତଜ୍ଞତା ଜ୍ଞାପନ କରି ଆଗାମି ଦିନରେ ବଲ୍‌ ବେଡମିଣ୍ଟନ ଖେଳକୁ ଆଗେଇ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବ୍ଲକର ତ୍ରିଲୋଚନ ବାଗ, ମୁରିବାହାଲ ବ୍ଲକର ଚନ୍ଦ୍ରାଶୟ ବାଗ, ପୁଇଁତଲା ବ୍ଲକର ଗୌରାଙ୍ଗ ମିଶ୍ର, ଆଗଲପୁର ବ୍ଲକ ଭରତ ସାହୁ ତଥା କ୍ରୀଡାବିତ ସୁନୀଲ ବିଶ୍ୱାଳ ତଥା ଅନ୍ୟାନ୍ୟ ଖେଳ ପ୍ରେମୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.