jayashree

ଏବିସିଡି ଅନୁଷ୍ଠାନ ତରଫରୁ ୨୮ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ ପାଇଁ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପ ଠାରେ ଏବିସିଡି ସଭାପତି ଅନିଲ ବେହେରାଙ୍କ ଅଧ୍ୟକ୍ଷତାରେ ୨୮ତମ ବୋଡାସମ୍ବର ନୂଆଁଖାଇ ଭେଟ ଘାଟ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଉଭୟ ପ୍ରିଣ୍ଟ ମେଡିଆ ଏବଂ ଇଲେଟ୍ରୋନିକ୍ସ ମେଡିଆ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ସର୍ବ ପ୍ରଥମେ ଅନୁଷ୍ଠାନର ସମ୍ପାଦକ ରଘୁନାଥ ପୁରୀ ସମସ୍ତଙ୍କୁ ସ୍ୱାଗତ ଓ ଉଦେଶ୍ୟ ଜ୍ଞାପନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ପରାମର୍ଶଦାତା ଅଧ୍ୟାପକ ନାଟ୍ୟକାର କେଶରଂଜନ ପ୍ରଧାନ ଆସନ୍ତା ୩୦ ତାରିଖ ହେବାକୁ ଥିବା ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା, ରଙ୍ଗୋଲି ଝୋଟି ୦୬.୦୯.୨୦୨୮ ରବିବାର, ୧୩.୦୯. ୨୦୨୬ ରବିବାର ମାରାଥନ ପ୍ରତିଯୋଗିତା ଉପରେ ସୂଚନା ପ୍ରଦାନ କରିଥିବାବେଳେ ନାଟ୍ୟକାର ଅଶୋକ ବହିଦାର ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରାନ୍ତରରୁ ସାଂସ୍କୃତିକ ଦଳ ଯୋଗ ଦେବେ ଏବଂ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ସମ୍ମିଳନୀରେ ଅନୁଷ୍ଠାନର ସଦସ୍ୟ ଶାନ୍ତସଂଗ୍ରାମ ଭୋଇ, ସହଦେବ ମେହେର, ଏଡଭୋକେଟ ଲିଙ୍ଗରାଜ ସାହୁ, କୋଷାଧ୍ୟକ୍ଷ ସୁରେଶ ମିଶ୍ର, ଅଂଶୁମାନ ମେହେର, ସୁମନ୍ତ ସାହୁ, ରବୀନ୍ଦ୍ର ଦାଶ, ଅମୀୟ ପୁରୋହିତ, ସୁନୀଲ ଭୋଇ, ସରୋଜ ଦାନୀ, ସରୋଜ ଯୋଶୀ ଯୋଗ ଦେଇଥିଲେ ତଥା ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶେଷରେ ସହ ସମ୍ପାଦକ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.