jayashree

ଟିଟିଲାଗଡ଼ରେ ରେଳ କର୍ମଚାରୀଙ୍କ ଆତ୍ମହତ୍ୟା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ୱାର୍ଡ ନମ୍ବର ୯ରେ ରେଳବାଇ ବିଭାଗରେ ଲୋକୋ ପାଇଲଟ୍ ଭାବେ ଦୀର୍ଘଦିନ ଧରି କାର୍ଯ୍ୟରତ ପି. କେ. ମଜୁମଦାର (୫୬) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆଜି ଦ୍ୱିପହର ସମୟରେ ନିଜ ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ସେ ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମଜୁମଦାର ଜଣେ ଭଦ୍ର ଓ ମିଳନସାର ବ୍ୟକ୍ତି ଭାବେ ପରିଚିତ ଥିଲେ । ସୂଚନା ପାଇ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ପି. କେ. ମଜୁମଦାର ରେଳବାଇରେ ଚିଫ୍ କ୍ରୁ କଣ୍ଟ୍ରୋଲର ତଥା ହେଡ୍ ଅଫ୍ ଲୋକୋ ପାଇଲଟ୍ ମ୍ୟାନେଜମେଣ୍ଟ ଭାବେ ଦାୟିତ୍ୱ ତୁଳାଉଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁ ପଛରେ କଣ କାରଣ ରହିଛି, ପୋଲିସ ତଦନ୍ତ ପରେ ହିଁ ତାହା ସ୍ପଷ୍ଟ ହେବ । ପ୍ରାପ୍ତ ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ଓ ଗୋଟିଏ ଝିଅ କୋଲକାତାରେ ରହୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.