jayashree

ଏନ୍‌ଆଇଟିଆର୍‌ ବିକାଶ ପାଣ୍ଠିକୁ ଏକକୋଟି ୧୮ ଲକ୍ଷ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟିଆର୍‌ ବିକାଶ ପାଣ୍ଠିକୁ ପୁରାତନ ଛାତ୍ର ସଂଘ ନିଟ୍ରା ତରଫରୁ ଏକ କୋଟି ଅଠର ଲକ୍ଷ ଏଗାର ହଜାର ଶହେ ଏଗାର ଟଙ୍କା ପ୍ରଦାନ କରାଯାଇଛି । ୧୯୭୧ ବ୍ୟାଚ୍‌ ତରଫରୁ ୧୮ ଲକ୍ଷ ଟଙ୍କା ଯାହା ଦ୍ୱାରା ୧୨ ଜଣ ଛାତ୍ରଛାତ୍ରୀ ଓ ନିଟ୍ରା ତରଫରୁ ୧ କୋଟି ୧୧,୧୧୧ ଟଙ୍କା ପ୍ରଦାନ କରାଯାଇଛି । ପୂର୍ବରୁ ୮୦ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଉଥିବା ବେଳେ ଏଥର ୯୨ ଜଣ ଛାତ୍ରବୃତ୍ତି ପାଇବେ । ଏହି ଅର୍ଥ ଅନୁଷ୍ଠାନର ହିତ ଯଥା ଛାତ୍ର ବୃତ୍ତି, ଗବେଷଣା ଓ ଭିତ୍ତିଭୂମିର ଉନ୍ନତି ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ । ସେହିପରି ଆଗାମୀ ଦିନରେ ଏହି ଛାତ୍ରବୃତ୍ତି ଶହେକୁ ଛୁଇଁବ ବୋଲି ନିଟ୍ରା ତରଫରୁ କୁହାଯାଇଛି । ଏହି ଅର୍ଥରାଶିକୁ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ଵର ରାଓ ଗ୍ରହଣ କରି ନିଟ୍ରାକୁ ଧନ୍ୟବାଦ ଦେବାସହ ଏଭଳି ମନୋଭାବ କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଟ୍ରାର ସଭାପତି ଫକୀର ଚରଣ ମହାନ୍ତି, ସମ୍ପାଦକ ଡ. ହୃଷିକେଶ ନାଏକ, ରାଉରକେଲା ଚାପ୍ଟର ସଭାପତି ବିମଳ କୁମାର ବିଶି, ଭାରତ ଭୂଷଣ ମହାନ୍ତି, ଅସୀମ ସାବତ, ସ୍ୱରୂପ କୁମାର ପାଣିଗ୍ରାହୀ, ଉଦୟ ପଟେଲ, ପ୍ରବୋଧ ପାଢ଼ୀ, ଜି ପି ମାଲାନୀ, ଆର ପି ଗୁପ୍ତା, ବିଜୟ ଦାସ, ରାହୁଲ ଅଗ୍ରୱାଲ, ସରୋଜ ଦାଶ, ସମ୍ପଦ ମିଶ୍ର ଓ ଏନ୍ଆଇଟିର ପ୍ରଫେସର ଡ. ପୁନମ ସିଂ, ଡ. ସରୋଜ ପଟେଲ, ଡ. ଅର୍ଚ୍ଚନା ମଲ୍ଲିକ, ଡ. ଦୀପ୍ତିଲତା ପାତ୍ର, ଡ. ଶାନ୍ତନୁ ବେହେରା, ଡ଼. ସୂରଜ ବେହେରା, ଡ. ହିମାଂଶୁ ଶତପଥୀ, ରେଜିଷ୍ଟ୍ରାର ରୋହନ ଧୀମାନ, ଡ. ପଙ୍କଜ ସା, ଡ. ଶରତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ମହାନ୍ତି, ଶ୍ରୀ ବିଶି, ବି ବି ମହାନ୍ତି ପ୍ରମୁଖ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ସମ୍ପାଦକ ଡ. ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.