jayashree

ବେହେରାପାଲି ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୨ ଅଗଷ୍ଟ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା (ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ)ତରଫରୁ ଏକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବେହେରାପାଲି ବଲାଙ୍ଗିର ଠାରେ ଅନୁଷ୍ଠିତ ହେଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ଥାନୀୟ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ ଓ ଭୀମଭୋଇ ମେଡିକାଲ କଲେଜର ଡାକ୍ତର ସତ୍ୟବାନ ବେହେରା ଓ ଡାକ୍ତର ଧ୍ୟାନଚନ୍ଦ ବାରିକ ଏବଂ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଏ.ପି.ଏମ୍‌ ରାମାନୁଜ ପଣ୍ଡା ଓ ୟୁ.ଡି.ଏମ ଅନିଲ କୁମାର ମହାକୁର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୦୬ରୁ ଅଧିକ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା ।

Leave A Reply

Your email address will not be published.