jayashree

କଂଗ୍ରେସ ନେତ୍ରୀ ରଞ୍ଜିତା ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସର୍କିଟ ହାଉସ ଘଟଣାରେ ବିଜେପିରୁ ବହିଷ୍କୃତ ପ୍ରକାଶ ପାଶ୍ୱାନ ଓ ପାନପୋଷ ଉପ ଜିଲ୍ଲାପାଳଙ୍କ ଭୂମିକା ନେଇ କଂଗ୍ରେସର ମହିଳା ସଭାପତି ରଞ୍ଜିତା ମଲ୍ଲିକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହ ଉପ ଜିଲ୍ଲାପାଳ ନୀରବ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରକାଶଙ୍କୁ ବିଜେପି ବହିଷ୍କାର କରିଛି, ଠିକ୍ ଅଛି କିନ୍ତୁ ପ୍ରଶାସନ ଚୁପ୍ କାହିଁକି ବସିଛି, ତଥା ଏହାସହ ରାଜ୍ୟ ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କାଙ୍କ ବକ୍ତବ୍ୟ ସହ ସର୍କିଟ ହାଉସ ଘଟଣାରେ ଏସପି, ଅତିରିକ୍ତ ଜିଲ୍ଲାପାଳ ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ବୋଲି ମତ ରଖି ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭଗବତୀ ଜେନା, ସସ୍ମିତା ଜେନା, ସାବିତ୍ରୀ ମହାପାତ୍ର, ସରୋଜିନୀ ସୂତାର, ରୂପାଲୀ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.