jayashree

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରେଳଯାତ୍ରୀ : ବଲାଙ୍ଗିର ସୁଦପଡ଼ା ରେଳ ଫାଟକରେ ଅଘଟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ୍‌ରୁ ବଗି ଛାଡ଼ି ଚାଲିଗଲା ଇଞ୍ଜିନ । ଇଞ୍ଜିନ ଓ ବଗି ଅଲଗା ହୋଇଯିବାରୁ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଆତଙ୍କ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ରେଳଯାତ୍ରୀ । ୧୦୦ ୨୦୦ ମିଟର ପର୍ଯ୍ୟନ୍ତ ଇଞ୍ଜିନ ବଗି ଛାଡ଼ି ପଳାଇଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଇଞ୍ଜିନ କାହିଁକି ବଗି ଛାଡ଼ି ଅଲଗା ହୋଇଗଲା, ତାହାର କାରଣ ଜଣାପଡ଼ିନାହିଁ । ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ୩୦ ମିନିଟ୍ ପରେ ଇଞ୍ଜିନ ଫେରିବା ପରେ ଭୁବନେଶ୍ୱରକୁ ଫେରିଥିଲା ପୁରୁଣା କଟକ ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ।

Leave A Reply

Your email address will not be published.