jayashree

ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ଦକ୍ଷିଣ ପଶ୍ଚିମ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାରେ ବଲାଙ୍ଗିର ବିଭାଗ, ନୂଆପଡ଼ା ବିଭାଗ ଓ ସୁବର୍ଣ୍ଣପୁର ବିଭାଗ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୯୧ ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ । ବିଜ୍ଞାନ ପ୍ରଶ୍ନମଞ୍ଚ, ପ୍ରୟୋଗ ଓ ପତ୍ରବାଚନ, ଗଣିତ ପ୍ରଶ୍ନମଞ୍ଚ, ପ୍ରୟୋଗ ଓ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ, ପତ୍ରବାଚନ, କଥା କଥନ, ତତ୍କାଳିକ ଭାଷଣ, ଆଚାର୍ଯ୍ୟ ପତ୍ରବାଚନ ତଥା ମୂର୍ତ୍ତି କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ ହୋଇଥିବା ପ୍ରତିଭାଗୀ ମାନେ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ । ଏହି ମେଳାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ସମ୍ଭାଗ ସଭାପତି ବେଲାର ସିଂଭୋଇ ଯୋଗ ଦେଇଥିବା ବେଳେ ପ୍ରାନ୍ତ ଯୋଗ ସଂଯୋଜକ ମଧୁସୂଦନ ବାରିକ ଉଦ୍ଦେଶ୍ୟ କଥନ କରିଥିଲେ । ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆୟୋଜକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ସୟଦ ବସାରତ ଅଲ୍ଲି ମୂର୍ତ୍ତି କଳାରେ ପ୍ରଥମ ହୋଇ ପ୍ରାଦେଶିକ ସାଂସ୍କୃତିକ ମହୋତ୍ସବ କଲେଜ ଛକ ବଲାଙ୍ଗିରରେ ଅଂଶ ଗ୍ରହଣ କରିବେ । ସେହିପରି ବାଉଁଶୁଣୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅଭିପ୍ସା ପ୍ରିୟଦର୍ଶିନୀ ପାଢ଼ୀ ଗଣିତ ପତ୍ରବାଚନରେ ପ୍ରଥମ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ୩୧ ଜଣ ପରିଚାଳକ, ୩୦ ଜଣ ବିଚାରକ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ । ସମାରୋପ ସମାରୋହରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ଭାଗ କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ବିଭାଗ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ମହାନ୍ତି, ନୂଆପଡ଼ା ବିଭାଗ ନୀରିକ୍ଷକ ଯୁବରାଜ କୁଦେଇ, ସୋନପୁର ବିଭାଗ ନୀରିକ୍ଷକ ଜୟ କିଶୋର ପଣ୍ଡା, ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ ଲକ୍ଷ୍ମୀ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ପରିଚାଳନା ସମିତି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.