jayashree

ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି । କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢୀ ଜିଲ୍ଲାର ୬ ଗୋଟି ବ୍ଲକ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହାର ରିପୋର୍ଟ ସେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଈଶ୍ଵର ଚନ୍ଦ୍ର ବେହେରା, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପୃଷ୍ଟି, ସମ୍ପାଦକ ପ୍ରଶାନ୍ତ ଘଣ୍ଟିଆ ଓ ରଞ୍ଜିତ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ତାପସ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୈରାଗୀ ଚରଣ ବେହେରା, ସାଧାରଣ ସମ୍ପାଦକ ସୌଭାଗ୍ୟ ମାନସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.