
ସିନ୍ଧେକେଲା/ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ସିନ୍ଧେକେଲା ଗାଁର ସୁନା ଦୋକାନରୁ ଲୁଟ । କିଛି ଦୁର୍ବୃତ୍ତ ଘରକୁ ପଶି ଅସ୍ତ୍ରଶସ୍ତ୍ର ଦେଖାଇ ଦୋକାନରୁ ସୁନା ଗହଣା ଓ ଟଙ୍କା ସବୁ ଲୁଟ କରିଥିବା ଜଣାପଡ଼ିଛି । ଘରେ ପୁଅ ଓ ବୋହୁ ଚିକିତ୍ସା ପାଇଁ ରାୟପୁରକୁ ଯାଇଥିଲେ । ଘରେ ଥିଲେ ଦୁଇ ଜଣ । ଗୋଟିଏ ସ୍ଥାନରେ ଘର ଓ ଦୋକାନ ରହିଛି । ସିନ୍ଧେକେଲା ଗାଁର ଥାନା ନିକଟରେ ଥିବା ଫୁଲଚାନ୍ଦ ଜୈନ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଖବର ପାଇ ସିନ୍ଧେକେଲା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଟିଟିଲାଗଡ ଏସ୍ଡି ପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ପହଞ୍ଚିଛନ୍ତି । କେତେ ସୁନା ଗହଣା ଓ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ସହର ଭିତରୁ ଏମିତି ଚୋରି ପୋଲିସର ଦକ୍ଷତାକୁ ପ୍ରମାଣିତ କରୁଛି ବୋଲି ଲୋକେ କଥାବାର୍ତ୍ତା ହେଉଛନ୍ତି । ଏସ୍ଡିପିଓ ଶ୍ରୀ ପ୍ରଧାନୀଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଡକାୟତି ଗ୍ୟାଙ୍ଗକୁ ଧରିବାକୁ ବ୍ୟବସାୟୀ ସଂଘ ଓ ଜନସାଧାରଣ ଦାବି କରିଛନ୍ତି ।