
- ମିଳିଲା ଯୁବକ ଯୁବତୀଙ୍କ ପରିଚୟ, ହତ୍ୟା ଅଭିଯୋଗ ଆଣିଲେ ପୁଅଘର
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷିକୂଲ୍ୟା ନଦୀରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ । ଗୁରୁବାର ସେମାନଙ୍କ ପରିଚୟ ମିଳିଥିବା ଥାନା ଆଇଆଇସି ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି । ଉଭୟ ପୁଅ ଝିଅ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁର ବୋଲି ପୋଲିସ ସ୍ୱଷ୍ଟ କରିଛି । ମୃତକ ମାନେ ହେଲେ ସୁରେଶ ପ୍ରଧାନଙ୍କ ବଡ଼ ପୁଅ ବୟସ ୧୭ ବର୍ଷ ଏବଂ ସେହି ଗ୍ରାମର ମୃତ ଝିଅର ବୟସ ୧୬ ବର୍ଷ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି । ଗୋଟିଏ ଦିନରେ ପୃଥକ ପୃଥକ ଭାବେ ମୃତ ଦେହ ଉଦ୍ଧାର ପରେ ପୋଲିସ କେସ ନଂ ୭ ଏବଂ ୮/୨୬ ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିଲା । ପୁଅ ଓ ଝିଅ ନାବାଳକ ଥିବା ତଦନ୍ତ କରି ଅଫିସର ଏସଆଇ ଅନିରୁଦ୍ଧ ସ୍ୱାଇଁ କହିଛନ୍ତି । ମୃତ ଯୁବକ ଯୁକ୍ତ ଦୁଇ ପାସ ପରେ କମ୍ପ୍ୟୁଟର ଶିକ୍ଷା ଶିଖୁଥିଲେ । ଉଭୟ ପୁଅଝିଅଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ମଙ୍ଗଳବାର ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ନଦୀରୁ ଦୁଇ ଶବ ଉଦ୍ଧାର ପରେ ଉଭୟ ପରିବାରକୁ ଗଞ୍ଜାମ ଥାନା ପୋଲିସ ଅବଗତ କରାଇଥିଲା । ପରେ ଶବ ଚି଼ହ୍ନଟ ହେବା ପରେ ପୁଅ ଘର ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଥିବା ମୃତ ରୁଦ୍ରଙ୍କ ଅଜା ମନମୋହନ ଜେନା ଗଣମାଧ୍ୟମକୁ ଯୋଗାଯୋଗ ବେଳେ କହିଛନ୍ତି । ମୋ ନାତିକୁ ଅପହରଣ ପରେ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି ବୋଲି ସେ କହିଛନ୍ତି । ରୁଦ୍ରଙ୍କ ନିଜ ଗାଁ ରାମଗଡ଼ ପଞ୍ଚାୟତ ଏନ. ବରପଲ୍ଲୀ ଗ୍ରାମ ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ନିଜ ଅଜାଙ୍କ ଗାଁ ଅଗସ୍ତି ନୂଆଗାଁରେ ରହି ଆସୁଥିଲେ । ବାପା ଦିନ ମଜୁରିଆ ଭାବେ ବିଦେଶରେ ରହୁଥିବା ବେଳେ ଅଜା ସେମାନଙ୍କ ପରିବାର କଥା ବୁଝୁଥିଲେ । ଉକ୍ତ ଘଟଣା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ନା ହତ୍ୟା କରି ନଦୀକୁ କେହି ଦୁର୍ବୃତ୍ତ ନଦୀରେ ଫିଙ୍ଗି ଦେଇଥିବା ସହରରେ ଆଲୋଚନା ହେଉଛି ।