
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରେ ପ୍ରଥମ ଥର ପାଇଁ ଆପୋଲୋ ହସ୍ପିଟାଲ୍ସ ରବିବାର ଦିନ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ଅଲୱେଜ୍ ଓପନ୍, ଅଲୱେଜ୍ ହିଅର୍’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ନୂତନ ପଦକ୍ଷେପ ଅନୁସାରେ ସମସ୍ତ ଆପୋଲୋ ହସ୍ପିଟାଲ୍ସରେ ରବିବାର ଦିନ ଡାକ୍ତରୀ ପରାମର୍ଶ, ରୋଗ ନିରୂପଣ ପରୀକ୍ଷା, ପ୍ରତିଷେଧକ ସ୍ୱାସ୍ଥ୍ୟ ପରୀକ୍ଷା, ଫଲୋ-ଅପ୍ ଏବଂ ପୂର୍ବ ନିର୍ଦ୍ଧାରିତ ଚିକିତ୍ସା ଉପଲବ୍ଧ ହେବ । ପୂର୍ବରୁ ଜରୁରୀକାଳୀନ ଏବଂ ଇନପେସେଣ୍ଟ ସେବା ୨୪ ଘଣ୍ଟା ଉପଲବ୍ଧ ଥିଲା । ଆପୋଲୋ ଅଧ୍ୟକ୍ଷ ଡ. ପ୍ରତାପ ସି. ରେଡ୍ଡୀ କହିଛନ୍ତି, ବ୍ୟସ୍ତତା ଯୋଗୁଁ ଅନେକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷାକୁ ଆଗକୁ ଠେଲି ଦେଉଛନ୍ତି । ଏହି ସେବା ସମୟର ବାଧାକୁ ଦୂର କରିବ । ଆପୋଲୋର ‘ହେଲଥ୍ ଅଫ୍ ଦି ନେସନ୍ ୨୦୨୬’ ରିପୋର୍ଟ ଅନୁସାରେ ଭାରତର ୨୬% ଲୋକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ୨୩% ଲୋକଙ୍କଠାରେ ମଧୁମେହ ରହିଛି । କାର୍ଯ୍ୟନିର୍ବାହୀ ଉପ-ଅଧ୍ୟକ୍ଷା ଡ. ପ୍ରୀଥା ରେଡ୍ଡୀ କହିଛନ୍ତି, କାର୍ଯ୍ୟରତ ପେସାଦାର ଏବଂ ପରିବାର ଲୋକଙ୍କ ପାଇଁ ଏହା ବଡ଼ ସୁବିଧା ହେବ ।