
ରାଉରକେଲା, (କେପିଏନ୍ଏସ୍) : ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ୍ ତିର୍କି ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ଗୁଡିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ପାନପୋଷ ଉପ-ଜିଲ୍ଲାପାଳ, ଚନ୍ଦ୍ରକାନ୍ତ ବେହେରା, ବିଶ୍ରା ତହସିଲଦାର ଏବଂ ବିଜେଡିର ଯୁବନେତା ସୋମନାଥ ରାହା, ବିକ୍ରମ ସିଂ, ତାରିକ ଆଜିଜ ଏବଂ ଅନ୍ୟାନ୍ୟ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ । ବିଧାୟକ ଭଙ୍ଗା ରାସ୍ତା, ପୋଲ ଏବଂ ଜଳବନ୍ଧ ହୋଇଥିବା ଗାଁ ଗୁଡିକୁ ବୁଲି ଦେଖିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କଲେ । ସେ ଅଧିକାରୀମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଆକଳନ, ଜଳ ନିଷ୍କାସନ, ରିଲିଫ ବଣ୍ଟନ ଏବଂ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ କଥା ହୋଇ ପୁନଃ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅର୍ଥ ମଞ୍ଜୁର କରିବାକୁ ପ୍ରତିଶୃତି ଦେଇଥିଲେ ।