jayashree

ମା’ ମାହେଶ୍ୱରୀ ସେନାର ନୂଆଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ସଂଗଠନ ମା’ ମାହେଶ୍ୱରୀ ସେନା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ବଲାଙ୍ଗିର ସହର ଲାଲଟିକ୍ରା ସ୍ଥିତ ଡୁମାଲ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଆଗାମୀ ନୂଆଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ତଥା ସାମାଜିକ ସେବା, ଜନସଚେତନତା ଏବଂ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ସଂଗଠନକୁ ଆହୁରି ସୁଦୃଢ କରିବା ସହିତ ଯୁବକମାନଙ୍କୁ ସାମାଜିକ କାର୍ଯ୍ୟରେ ଅଧିକ ଯୋଡିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହ ଗରିବ ଓ ଅସହାୟଙ୍କ ସହାୟତା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେତନତା, ଶିକ୍ଷା ଓ ପରିବେଶ ସୁରକ୍ଷା ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆୟୋଜନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସଂଗଠନର ସଦସ୍ୟ ନନ୍ଦଲାଲ ମେର୍ଲୀ, ସୁରେଶ କମ୍ପ, ମନୋଜ ଖମାରୀ, ବଳିଆର ସିଂହ ବସ୍ତିଆ, ପାର୍ଥ କର୍ଣ୍ଣ, ତପନ ନାଏକ, ସୁରେଶ ପଧାନ, ମନୋଜ କରନ, ଅରୁଣ ପଲତା, ରମାକାନ୍ତ ମେଶ୍ୱା ଯୋଗଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ । ଶେଷରେ ସମାଜର ହିତ ଓ ଲୋକଙ୍କ ସେବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.