
ରାଉରକେଲା, (ସସ୍ମିତା ପ୍ରଧାନ) : ସେଣ୍ଟ୍ରାଲ ପୂଜା କମିଟି ଆନୁକୂଲ୍ୟରେ ଗତବର୍ଷ ଷ୍ଟିଲ ଟାଉନସିପ୍, ସିଭିଲଟାଉନସିପ୍ ଓ ଫର୍ଟିଲାଇଜର ଟାଉନସିପ୍ରେ ଆୟୋଜିତ ହୋଇଥିବା ଦୁର୍ଗାପୂଜା ଲକ୍ଷ୍ମୀପୂଜା ଓ କାଳୀପୂଜାର ଫଳାଫଳ ଘୋଷଣା ଅନୁଷ୍ଠିତ ହୋଇଯାଇଛି । ପାନପୋଷ ଆଇଟିଡିଏ ହଲ୍ ଠାରେ ଆୟୋଜିତ ଏହି ଫଳାଫଳ ଘୋଷଣା କାର୍ଯ୍ୟକ୍ରମରେ ପ୍ରଥମେ ଏଡିଏମ୍ ଅଫିସ୍ରେ ସୁରକ୍ଷିତ ଭାବେ ଜଉମୁଦ ଦ୍ୱାରା ଆବଦ୍ଧ ବାକ୍ସରୁ ସମସ୍ତ ବିଚାରକଙ୍କ ଦ୍ଵାରା ମୂଲ୍ୟାୟନ ହୋଇଥିବା ଲଫାପାକୁ ବାହାରକୁ ଅଣାଯାଇଥିଲା ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ଉପସ୍ଥିତିରେ ଏସବୁ ବାହାରକୁ କଢାଯିବା ପରେ ଉପସ୍ଥିତ ସିପିସିର ସଦସ୍ୟମାନେ ମୂଲ୍ୟାୟନ ସିଟ୍ ଗୁଡିକୁ ଏକଜୁଟ କରାଇଥିଲେ । ଗଣତି ପରେ ଷ୍ଟିଲ ଟାଉନସିପ୍, ସିଭିଲ ଟାଉନସିପ୍ ଓ ଫର୍ଟିଲାଇଜର ଟାଉନସିପ୍ର ସର୍ବମୋଟ ମାର୍କକୁ ଯୋଡି ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ନାମ ଘୋଷଣା କରାଯାଇଥିଲା । ଦୁର୍ଗାପୂଜା କ୍ଲାସିକାଲରେ ଜଗଦା ଡିପିସି ପ୍ରଥମ, ଦ୍ୱିତୀୟ ସ୍ଥାନରେ ତିନୋଟି ପୂଜା କମିଟି ମଧ୍ୟରେ ସେକ୍ଟର-୧, ସେକ୍ଟର-୨, ଝିରପାଣି ରହିଥିବା ବେଳେ ତୃତୀୟ ସ୍ଥାନରେ ସେକ୍ଟର-୪ ରହିଛି । ସିଭିଲ ଟାଉନସିପ୍ର ଓଏସ୍ଏପି ୪ର୍ଥ ବାଟାଲିୟନ ପ୍ରଥମ, ରେଲୱେ କଲୋନୀ ହସ୍ପିଟାଲ ଦ୍ୱିତୀୟ, ୭ ଏଣ୍ଡ ୮ ଏରିଆ ତୃତୀୟ, ଫର୍ଟିଲାଇଜର ଟାଉନସିପ୍ର ତରକେରା କଲୋନୀ ଓ କନଷ୍ଟ୍ରକସନ୍ କଲୋନୀ ଯୁଗ୍ମ ପ୍ରଥମ, ଆଇଡିଏଲ କମ୍ୟୁନିଟି ସେଣ୍ଟର ଦ୍ୱିତୀୟ ଓ ଦେଓଗାଁ ଧବଳେଶ୍ଵର ମାର୍କେଟ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଓରିଏଣ୍ଟାଲରେ ଷ୍ଟିଲ ଟାଉନସିପ୍ର ସେକ୍ଟର ୨୦ ଏବିସି ପ୍ରଥମ, ଟେଲିଫୋନ ଭବନ ଦ୍ୱିତୀୟ, ସେକ୍ଟର ୧୬ ଓ ଶକ୍ତି ନଗର ଯୁଗ୍ମ ତୃତୀୟ, ସିଭିଲ ଟାଉନସିପ୍ର ଟ୍ରାଫିକ ଗେଟ୍ ପ୍ରଥମ, ଗୋପବନ୍ଧୁପାଲୀ ଦ୍ୱିତୀୟ, ବିରଜାପାଲୀ ତୃତୀୟ ରହିଥିବା ବେଳେ ଫର୍ଟିଲାଇଜର ଟାଉନସିପ୍ର କମ୍ୟୁନିଟି ସେଣ୍ଟର ପ୍ରଥମ, ଦେଓଗାଁ କ୍ରିଏଟିଭ କ୍ଲବ୍ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଟ୍ରାଡିସନାଲରେ ସିଭିଲ ଟାଉନସିପ୍ର ଓଲଡ ଷ୍ଟେସନ ରୋଡ ପ୍ରଥମ, ବନ୍ଧମୁଣ୍ଡା ସେକ୍ଟର ସି ଦ୍ୱିତୀୟ ଓ ବନ୍ଧମୁଣ୍ଡା ସେକ୍ଟର ବି ତୃତୀୟ ସ୍ଥାନରେ ରହିଛନ୍ତି । ଲକ୍ଷ୍ମୀ ପୂଜାରେ ଷ୍ଟିଲ ଟାଉନସିପ୍ର କୋଏଲ ନଗର ଏନ୍ଏସି ମାର୍କେଟ ପ୍ରଥମ, ସେକ୍ଟର ୨ ଏନ୍ଏସି ମାର୍କେଟ ଦ୍ୱିତୀୟ ଓ ସେକ୍ଟର ୧୭ ଲକ୍ଷ୍ମୀ ମାର୍କେଟ ତୃତୀୟ ସିଭିଲ ଟାଉନସିପ୍ର କେଶରୀ ନଗର ଓ ସରକାରୀ ଆଇଟିଆଇ ସମ୍ମୁଖ ଯୁଗ୍ମ ପ୍ରଥମ, ଗ୍ରେଟ୍ ଇଣ୍ଡିଆ ଏସଟିଆଇ ଛକ ଦ୍ୱିତୀୟ, ବାସନ୍ତୀ କଲୋନୀ ଶିଶୁ ସଦନ ମାର୍କେଟ ତୃତୀୟ, ଫର୍ଟିଲାଇଜର ଟାଉନସିପ୍ର ନବକୃଷ୍ଣନଗର ଓ ନାରାୟଣୀ ମାର୍କେଟ ନିୟୁ ବି ଯଥାକ୍ରମେ ଯୁଗ୍ମ ପ୍ରଥମ, ତଳ ବାଲିଯୋଡି ଦ୍ୱିତୀୟ ଓ ନାରାୟଣ ମାର୍କେଟ ପୁରୁଣା (କ) ତୃତୀୟ ସ୍ଥାନ ଅଧିକାର କରିଛି । ସେହିପରି କାଳୀପୂଜାରେ ଷ୍ଟିଲ ଟାଉନସିପ୍ର ସେକ୍ଟର-୧୯ ଇସ୍ପାତ ମାର୍କେଟ ପ୍ରଥମ, ସେକ୍ଟର-୨୦ ମାର୍କେଟ ଦ୍ୱିତୀୟ ଓ ସେକ୍ଟର -୧୫ ଏ ବ୍ଲକ୍ ତୃତୀୟ, ସିଭିଲ ଟାଉନସିପ୍ର ଡେଲି ମାର୍କେଟ ପ୍ରଥମ, ବିରଜାପାଲୀ ଦ୍ୱିତୀୟ ଓ ନାଇନ ଷ୍ଟାର କ୍ଲବ୍ ବନ୍ଧମୁଣ୍ଡା ତୃତୀୟ ଫର୍ଟିଲାଇଜର ଟାଉନସିପ୍ର ଜଲଦା ଉପର ବାଲିଯୋଡି ପ୍ରଥମ ଗଞ୍ଜୁ ମାର୍କେଟ ଦ୍ୱିତୀୟ ଓ ଦେଓଗାଁ ତୃତୀୟ ସ୍ଥାନରେ ରହିଛି । ଆଜିର ଏହି ଫଳାଫଳ ଘୋଷଣା କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରବଧା ବଡ଼ପଣ୍ଡା ଓ ମଧୁସ୍ମିତା କିଷାନ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ରହି ଫଳାଫଳ ଘୋଷଣା କରିଥିଲେ । ସିପିସି ସମ୍ପାଦକ ମୁକ୍ତିକାନ୍ତ ବେହେରା ଓ ସିପିସି ଅନ୍ୟ କର୍ମକର୍ତ୍ତା ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ସେକ୍ଟର ୨ ଦୁର୍ଗାପୂଜା ପଡିଆରେ ସିପିସି ନାଇଟି ଅନୁଷ୍ଠିତ ହୋଇ ଏହି ପୁରସ୍କାର ବିଚରଣ କରାଯିବ ବୋଲି ସାଧାରଣ ସମ୍ପାଦକ ମୁକ୍ତିକାନ୍ତ ବେହେରା ସୂଚନା ପ୍ରଦାନ କରିଛନ୍ତି ।