
- ଚାଷୀ ଓ ବୈଜ୍ଞାନିକଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ ଦୁଇ ଦିନିଆ ଚାଷୀ ଓ ବୈଜ୍ଞାନିକ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଯାଇଛି । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏହାକୁ ଉଦ୍ଘାଟନ କରି ଚାଷୀମାନଙ୍କ ବିଭିନ୍ନ ଚାଷ ସମ୍ପର୍କରେ ଆଲୋଚନା କରିବା ସହ ପରିସ୍ଥିତିର ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ବିଶ୍ୱ ରଞ୍ଜନ ପଟ୍ଟନାୟକ, ବୈଜ୍ଞାନିକ (ଫସଲ ସଂରକ୍ଷଣ) ତ୍ରୀନାଥ ଖଣ୍ଡାଇତରାୟ, ବୈଜ୍ଞାନିକ(କ୍ଷେତ୍ର ବିଜ୍ଞାନ) ସତ୍ୟ ବ୍ରତ ମଙ୍ଗରାଜ, ବୈଜ୍ଞାନିକ (କୃଷି ସମ୍ପ୍ରସାରଣ) ସୁପ୍ରଭା ସେଠ୍, ବୈଜ୍ଞାନିକ (ଗୃହ ବିଜ୍ଞାନ) ଲୋପାମୁଦ୍ରା ରାୟ ପ୍ରମୁଖ ଯୋଗ ଦେଇ ଜୈବିକ ଖତ ପ୍ରସ୍ତୁତି ଓ ପ୍ରୟୋଗ, ଛତୁ ଚାଷ ପ୍ରଣାଳୀ, ଜିଆ ଖତ ପ୍ରସ୍ତୁତ, ବତକ ଚାଷ, ମାଛ ଚାଷ, ଘର ଅଗଣାରେ ପନିପରିବା ଚାଷ, ଖରଟିଆ ଚାଷ, ରୋଗ ପୋକ ନିୟନ୍ତ୍ରଣ, ବିଭିନ୍ନ ଧାନ ବିହନ, ମାଟି ପରୀକ୍ଷାର ଆବଶ୍ୟକ ତଥା ଉନ୍ନତମାନର ଜ୍ଞାନ କୌଶଳ ବ୍ୟବହାର କରିବାର ପଦ୍ଧତି ଗୁଡିକ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ଆତ୍ମା କମିଟି ସଭ୍ୟ ପ୍ରଦୀପ କୁମାର ସାହୁ, ଯୁବ ଚାଷୀ ମହେନ୍ଦ୍ର ରଣା, ନନ୍ଦି କିଶୋର ଭୋଇ, ବନମାଳି ସାହୁ, ପ୍ରମୋଦ ସାହୁ, ଭୂପିନ୍ଦର ଚୌଧୁରୀ, ଟିକେଧର ରଣା, ଆନନ୍ଦ ସାହୁ, ରମେଶ ସାହୁ, କଳ୍ପ ସାହୁ, ପ୍ରକାଶ ରଣା, ଟୁକୁ ସାହୁ, କ୍ଷୀର ସାହୁ, ଓକିଲ ପ୍ରଧାନ, ବାହାଦୂର ଧରୁଆ, ଗିରିଧାରୀ ସାହୁ, ମହେନ୍ଦ୍ର ସାହୁ, ଦୟା ରଣା, ବରିଷ୍ଠ ଚାଷୀ ଦୀନବନ୍ଧୁ ସାହୁ, ଦୟାସାଗର ମାଝୀ, କୃଷକ ମୋର୍ଚ୍ଚା ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ସାହୁ, ଜୈବିକ ଚାଷୀ ବଳଦେବ ଭୋଇ, ଏଟିଏମ୍ ଶ୍ୟାମପଦ ଭଞ୍ଜ, ମିଲନ କୁମାର ଗୋଚ୍ଛାୟତ, ଗ୍ରାମ୍ୟ କୃଷି କର୍ମୀ ଲୋକନାଥ ନାଗ, ମୃତ୍ତିକା ସଂରକ୍ଷଣ ବିଭାଗ ସହାୟକ ବିଜୟ ମିଶ୍ର ଅଂଶ ଗ୍ରହଣ କରିଥିଲେ । ସଭା ଓ କ୍ଷେତ୍ର ପରିଦର୍ଶନ ପରେ ପରେ କଳାହାଣ୍ଡି ଜିଲ୍ଲାର ଉକ୍ତ ଚାଷୀ ପ୍ରତିନିଧି ଦଳ ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହର ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ଶୈବ ପୀଠ, ଇଷ୍ଟଦେବ ଶ୍ରୀ ସୁବର୍ଣ୍ଣ ମେରୁ ମନ୍ଦିର, ସୋନପୁର ଇଷ୍ଟଦେବୀ ମା’ ସୁରେଶ୍ଵରୀ ମନ୍ଦିର ତଥା ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ ଓ ଜିଲ୍ଲାର ଐତିହ ସଂସ୍କୃତି ଉପରେ ଅବଗତ ହୋଇଥିଲେ ।