
ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ଓ ସିଆଇଟିୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଦେଶର ୮୦ତମ ସ୍ୱାଧିନତା ଦିବସ ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଶକ୍ତିନଗର ସ୍ଥିତ ସିପିଆଇଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି କାର୍ଯ୍ୟାଳୟ ଏକେଜି ଭବନରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେକ୍ଟର -୧୬ ସ୍ଥିତ ସିଆଇଟିୟୁ, ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଶ୍ରମିକ ଭବନ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ସିଆଇଟିୟୁ ଉପ ସଭାପତି ବିମାନ ମାଇତି । ରାଉରକେଲା ନୂଆ ବସଷ୍ଟାଣ୍ଡ ଠାରେ ସୁନ୍ଦରଗଡ଼ ମଟର କର୍ମଚାରୀ ସଂଘ ଓ ରାଉରକେଲା ମିନିବସ ଆସୋସିଏସନ୍ (ସିଆଇଟିୟୁ) କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ଉଭୟ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି । ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ ଯୋଗଦେଇ ସିଆଇଟିୟୁ ରାଜ୍ୟ ଉପ ସଭାପତି ଜାହାଙ୍ଗୀର ଅଲ୍ଲୀ, ସୁରେନ୍ଦ୍ର ଦାଶ, ବସନ୍ତ ନାୟକ, ରାଜ କିଶୋର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ସ୍ଵାଧୀନତା ଦିବସରେ ଦେଶର ସମ୍ବିଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ଆଜିର ଦିନରେ ଶପଥ ନେବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ନେତା ବି ପି ମହାପାତ୍ର, ତାଜମୁନ ନେହାର, ଯଯାତି କେଶରୀ ସାହୁ, ଭାଗିରଥି ଟୁଡୁ, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ରତ୍ନାକର ନାୟକ, ପ୍ରଦୀପ ସେଠୀ, ସଚିନ୍ ରାୟ, ଦିବାକର ମହାରଣା, ଅକ୍ଷୟ ମହାନ୍ତ, ଶୁଭେନ୍ଦୁ ମହାନ୍ତି, ଜେ କେ ସାହୁ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା, ପ୍ରଦୀପ ଗୌଡ, ଲିଲା ଦାଶଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।