
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଯାଇ ରୋଗୀ ଓ ତାଙ୍କ ଆତ୍ମୀୟ ପରିଜନଙ୍କୁ ଭେଟି ସେଠାରେ ଚାଲିଥିବା ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି । ଯେହେତୁ ହସପିଟାଲର ସମସ୍ୟା ନେଇ ଜନସାଧାରଣଙ୍କ ଅଭିଯୋଗ ଦୀର୍ଘଦିନର । ତେଣୁ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା, ପର୍ଯ୍ୟାପ୍ତ ଡାକ୍ତର ଓ ନର୍ସ, ଔଷଧ, ପରିମଳ ବ୍ୟବସ୍ଥା, ଜରୁରୀକାଳିନ ସେବା ତଥା ସର୍ବୋପରି ଡାକ୍ତରଙ୍କ ଦ୍ୱାରା ଉତ୍ତମ ଚିକିତ୍ସା ପ୍ରଦାନକୁ ନିଶ୍ଚିତ କରିବା ହିଁ ଏଭଳି ପରିଦର୍ଶନର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମିଶ୍ର କହିଥିଲେ । ସମସ୍ୟା ଗୁଡିକର ତାଲିକା ପ୍ରସ୍ତୁତ କରି ସରକାର ଓ ପ୍ରଶାସନ ଉପରେ ଦାୟିତ୍ୱ ନିର୍ଦ୍ଧାରଣ କରିବା ତା ସହ ଅତି ବିଶେଷଜ୍ଞ ଡାକ୍ତର ଶୀଘ୍ର ନିୟୋଜିତ କଲେ ଏ ଅଂଚଳର ଲୋକେ ଉଚ୍ଚତର ଶିକ୍ଷା ପାଇଁ ବୁର୍ଲା କିମ୍ବା କଟକ ଯାଇ ଯେପରି ଖର୍ଚ୍ଚାନ୍ତ ନ ହେବେ ସେ ସବୁର ସୁବ୍ୟବସ୍ଥା ଶୀଘ୍ର କରିବାକୁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଶଲ୍ୟ ଚିକିତ୍ସା ବିଭାଗକୁ ଯାଇ ବିଭିନ୍ନ ରୋଗୀଙ୍କୁ ଭେଟି ଚିକିତ୍ସା ଉପରେ ପଚାରି ବୁଝିଥିଲେ । ଆଜିର ପରିଦର୍ଶନ ସମୟରେ ଶ୍ରୀ ମିଶ୍ରଙ୍କ ସହ ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ଅସୀତ ମିଶ୍ର, କଂଗ୍ରେସ ନେତା ଅନ୍ତ ବେହେରା ଓ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।