jayashree

ମର୍ନିଙ୍ଗ କ୍ଲବ ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଖୁଜେନପାଲି ପଡ଼ିଆରେ ମର୍ନିଙ୍ଗ କ୍ରିକେଟ କ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ପଞ୍ଚମ ସ୍ୱାଧୀନତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଆଜିଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ପୌର ପରିଷଦ ପୌରାଧ୍ୟକ୍ଷା ଲିକା ସାହୁ, କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ତଥା ବଲାଙ୍ଗିର ଜିଲ୍ଲା ଫ୍ରେଣ୍ଡର୍ସ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀ, ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗାୟକ ରୁକୁ ସୁନା ଏବଂ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅମରଜିତ ପଟେଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ଓ ଖେଳପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ମର୍ନିଙ୍ଗ କ୍ରିକେଟ କ୍ଲବର ବିକାଶ ସା ପରିଚାଳନା କରିଥିବା ବେଳେ ବିଶ୍ୱଭୂଷଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ମ୍ୟାଚରେ ଅମ୍ପେୟାର ଭାବେ ମହେନ୍ଦ୍ର ଚନ୍ଦନ ଓ ଜଗତରାମ ଭୋଇ ଦାୟିତ୍ୱ ତୁଳାଇଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ମର୍ନିଙ୍ଗ କ୍ରିକେଟ କ୍ଲବର ବିଜୟ କୁମାର ମିଶ୍ର, କୁଳମଣି ସୁନା, ସଂଗ୍ରାମ ସାହୁ, ଆନନ୍ଦ ସାହୁ, କୋଦଣ୍ଡ ଭୋଇ, କାନହା ଖମାରୀ, ଶିବାଶିଷ ବହିଦାର, ବବଲୁ ଭୋଇ, ରିନଟୁ ମହାଲିଙ୍ଗ, ସୋନୁ ଖାନ, ବିଜ୍ଞାନ ମିଶ୍ର, କୁନା ଷାଣ୍ଢ, ମହାବୀର ପ୍ରସାଦ, ରିଙ୍କୁ ନାଗ, ରମେଶ ପୁରୋହିତ, ଶିବା ନାଗ ଓ ବିକାଶ ବେହେରାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚର ସିଧାପ୍ରସାରଣ ସୁରଥ ଦାସ ୟୁଟ୍ୟୁବ ଲାଇଭ ମାଧ୍ୟମରେ କରାଯାଇଥିଲା । ପାର୍ଥ ଦାସଙ୍କ ସହଯୋଗରେ ରିଙ୍କୁ କମେଣ୍ଟ୍ରି ଦେଇ ଦର୍ଶକଙ୍କୁ ମ୍ୟାଚ ସହ ଯୋଡ଼ି ରଖିଥିଲେ । ଖେଳାଳିଙ୍କ ଦମଦାର ପ୍ରଦର୍ଶନ ସାଙ୍ଗକୁ ଦର୍ଶକଙ୍କ ଉତ୍ସାହରେ ଖୁଜେନପାଲି ପଡ଼ିଆ ପାଲଟିଥିଲା କ୍ରିକେଟର ଉତ୍ସବସ୍ଥଳୀ ।

Leave A Reply

Your email address will not be published.