jayashree

ଡିଏଭି ପବ୍ଲିକ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ଏବଂ “ପରଖ” ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ ତଥା ଆଡମ୍ବର ସହିତ ପାଳନ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଡ. ସମୀର କୁମାର କାନୁନଗୋଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ରାଉରକେଲା ଏନ୍ଆଇଟିର ପ୍ରଫେସରସରୋଜ କୁମାର ପଟେଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥି ସହିତ ବିଦ୍ୟାଳୟର ଅଧ୍ୟକ୍ଷ ଡ. କାନୁନଗୋଙ୍କ ସମେତ ସମ୍ମାନିତ ଅତିଥି ଭାବେ ମିସେସ ପ୍ରିନ୍ସିପାଲ୍ ସାଗର ନନ୍ଦିନୀ ଦାସ ତଥା ଏଲ୍. ଏମ୍.ସି ସଭ୍ୟଗଣ ଏସ୍‌.କେ ଯୋଶୀ, ରାଜେଶ ମାଲହୋତ୍ରା ତଥା ଡ. ସନାତନ ପ୍ରଧାନ ସହ ଅବସର ପ୍ରାପ୍ତ ଶିକ୍ଷକ ଅଶୋକ ରାଉତ, ପୁଲିନ ଚନ୍ଦ୍ର ରାଉତରାୟ, ସିଆରାମ ସା ମଞ୍ଚରେ ଉପସ୍ଥିତ ଥିଲେ । ଜାତୀୟ ସଙ୍ଗୀତ ବୋଲାଯିବା ପରେ ଏନ୍.ସି.ସି ସ୍କାଉଟ୍, ଗାଇଡ, କବସ୍, ବୁଲବୁଲସ୍ ଛାତ୍ରଛାତ୍ରୀମାନେ ପରେଡ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ତଥା ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପାକ୍ଷିକ ସମ୍ବାଦପତ୍ର “ପରଖ” ପୁଷ୍ପାଙ୍ଗିନୀ ମହାନ୍ତି, ଶ୍ରୀମତୀ ଜ୍ୟୋତ୍ସ୍ନା ମିଶ୍ର ଏବଂ ଶ୍ରୀମତୀ ଅରିଜିତା ଦାଶଗୁପ୍ତାଙ୍କ ମିଳିତ ସହଯୋଗରେ ସମସ୍ତ ଅତିଥିଗଣଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ପରେ ପରେ ମୁଖ୍ୟ ଅତିଥି ତଥା ସମସ୍ତ ଅତିଗଣଙ୍କ ଦ୍ୱାରା ସ୍କାଉଟ ଗାଇଡର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀ ଏବଂ ଏନ୍.ସି. ସିର ଏଆର୍‌ ଉଇଙ୍ଗସ୍ ‘ଏ’ ସାଟିଫିକେଟ ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଅଧକ୍ଷ ଡ. ସମୀର କୁମାର କାନୁନଗୋ ନିଜ ବକ୍ତବ୍ୟରେ ପିଲାମାନଙ୍କୁ ସ୍ୱାଧୀନତା ଦିବସର ପ୍ରକୃତ ତାତ୍ପର୍ଯ୍ୟ ବୁଝାଇଥିଲେ ଏବଂ ଦେଶରେ ଶିକ୍ଷା ପ୍ରାପ୍ତିରେ ସହଜ, ସୁବିଧା ଏବଂ ସ୍ୱାଧୀନତା ରହିବା ଦରକାର ବୋଲି ନିଜର ମତବ୍ୟକ୍ତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟେଲ କହିଥିଲେ, ଶିକ୍ଷକ ତଥା ଅଭିଭାବକଙ୍କ ମିଳିତ ସହଯୋଗରେ ଛାତ୍ର ଜୀବନର ଭବିଷ୍ୟତ ଗଠନ ହୋଇଥାଏ । ସର୍ବଶେଷରେ ଏଲ୍‌.ଏମ୍‌.ସି ସଭ୍ୟ ରାଜେଶ ମାଲହୋତ୍ରା ଅଧକ୍ଷ ଡ. ସମୀର କୁମାର କାନୁନଗୋଙ୍କୁ ସ୍ୱାଗତ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସହ ସଂଯୋଜକ ବିଜୟ କୁମାର ମିଶ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିର ଦାୟିତ୍ୱ ନେଇ ସମ୍ପାଦନ କରିଥିଲେ ।

Leave A Reply

Your email address will not be published.