
ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଭାପତି ନୃସିଂହ ଚରଣ ବିଶ୍ଵାଳ ଉଦବୋଧନ ଦେଇ ସ୍ୱାଧୀନତା ଆନ୍ଦୋଳନରେ ସହିଦ୍ ହୋଇଥିବା ଏବଂ କାରାବରଣ କରିଥିବା ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ । ସର୍ବପ୍ରଥମେ ସମବେତ କଣ୍ଠରେ ରଶ୍ମିବାଳା ରାଉତରାୟ, ମଞ୍ଜୁଳା କୁମାରୀ ରଥ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବିଜୟିନୀ ଜେନା, ସୁସ୍ମିତା ମହାପାତ୍ର, ଉର୍ବଶୀ ଦାଶ, ସୁକାନ୍ତି ନାୟକ, ଶୈଳବାଳା ଷଡ଼ଙ୍ଗୀ, ଡଲିରାଣୀ ବ୍ରହ୍ମା ପ୍ରମୁଖ ‘ବନ୍ଦେ ମାତରଂ ‘ ଗାନ କରିଥିଲେ । ପତାକା ଉତ୍ତୋଳନ ପରେ ମିଳିତ ଭାବରେ ବ୍ରଜେନ୍ଦ୍ର ଦାସ, ସତ୍ୟବ୍ରତ ଦାସ, ପ୍ରକାଶ ଚନ୍ଦ୍ର ସେଠୀ, ଦିବାକର ଦାସ, ଅଶୋକ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ଚିତ୍ତ ରଞ୍ଜନ ବ୍ରହ୍ମା, ଶିବ ସାହୁ ପ୍ରମୁଖ ଜାତୀୟ ସଙ୍ଗୀତ ଗାନ କରିଥିଲେ । ମେଧାବୀ ଗରୀବ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ୍ ଅନୁଷ୍ଠାନ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିବା କାର୍ଯ୍ୟ ତଥା ସଂସଦର ପଂଜିକରଣ ନବୀକରଣ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ନାଥ ଦାସଙ୍କୁ ଇତ୍ୟବସରରେ ଅଙ୍ଗବସ୍ତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।