
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ୮୦ତମ ସ୍ଵାଧିନତା ଦିବସ ପାଳନ ହୋଇଯାଇଛି । ବୟୋଜ୍ୟେଷ୍ଠ ନାଗରିକ ଆବାସରେ ସମ୍ପାଦକ ଭୁବନେଶ୍ୱର ଶାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଶିଶୁ ଯତ୍ନ ଅନୁଷ୍ଠାନରେ ତୁଷରା ଷ୍ଟେଟବ୍ୟାଙ୍କର ଅତିରିକ୍ତ ପରିଚାଳକ ଶିବୁନ୍ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ବିଷୟରେ ବିଷୟରେ, ଶିଶୁ ଅନ୍ତେବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ଷଡ଼ଙ୍ଗୀ, ସୋମନାଥ ଷଡ଼ଙ୍ଗୀ, ଶେଷଦେବ ମେହେର, ଗୋପାଳ ଶାମଲ, କିଶୋର ସାହୁ, ଉତ୍ତମ ଭୋଇ, ଖୁଟଲା ଦାସ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଗୀତ ଶିକ୍ଷକ ଶିବ ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ରାମନାଥ ସାଏ, ଠାକୁର ଭୋଇ, ରମାକାନ୍ତ ସାହୁ, ସାନନ୍ଦ ଷଡ଼ଙ୍ଗୀ, ଚତୁର୍ଭୁଜ ଭୋଇ, ସଞ୍ଜୁ ବିଶ୍ୱାଳ, ହୃଦାନନ୍ଦ ଷଡ଼ଙ୍ଗୀ, ସାନନ୍ଦ ଭୋଇ, ରକି ବାଗ, ଗତିକୃଷ୍ଣ ସାହୁ, ନିବେଦିତା ଶାମଲ, ବୈଶାଖୁ ପଧାନ, ପ୍ରତ୍ୟୁଷ ସାହୁ ସହଯୋଗ କରିଥିଲେ ।