
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଧେଶିକା ନମିତା ମହାନ୍ତି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର ଅନୁଷ୍ଠିତ ହୋଇଥିବା ସଂଗୀତ, ବକୃତା ପ୍ରତିଯୋଗିତା, କୌତୁକିଆ ବେଶ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଶିଶୁ ଭାଇଭଉଣୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା ଶ୍ରୀମତୀ କାମିନୀ ପୁଟେଲ, ନାଏବ ସରପଞ୍ଚ ଜିତୁ ସାହୁ, ଗୋପବନ୍ଧୁ ପଧାନ, ବୀର ଜେନା, ଲିଙ୍ଗରାଜ ପୁଟେଲ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଶିଶୁଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଫକୀର ସାହୁଙ୍କ ସହ ବାଗଦଲ ଗୁରୁଜୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗୁରୁମାମାନଙ୍କ ମଧ୍ୟରେ ବବିତା, ରଞ୍ଜୁ, ମମତା ଗୁରୁମା, ମଣ୍ଟୁ ଗୁରୁଜୀ ପ୍ରମୁଖ ସହଯୋଗ କରିଥିଲେ ।