
ଟିଟିଲାଗଡ ପୌର ପରିଷଦ ପକ୍ଷରୁ ତ୍ରିରଙ୍ଗା ଯାତ୍ରା : ସାମିଲ ହେଲେ ବିଧାୟକ, ଉପ ଜିଲ୍ଲାପାଳ, ପୌରାଧ୍ୟକ୍ଷା ଓ ହଜାର ହଜାର ଛାତ୍ରଛାତ୍ରୀ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : “ମାତୃଭୂମିର ଭାବନା ପ୍ରତି ସମର୍ପିତ” ହୋଇ ସମସ୍ତେ ଏହି ଜାତୀୟ ଆନ୍ଦୋଳନରେ ସାମିଲ ହୋଇ ସେହି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା, ଯେଉଁମାନଙ୍କର ଅଦମ୍ୟ ସାହସ ଓ ବଳିଦାନ ଭାରତର ସ୍ୱାଧୀନତାର ଭିତ୍ତି ଗଢ଼ିଥିଲା । “ଗତ କିଛି ବର୍ଷ ମଧ୍ୟରେ, ‘ହର ଘର ତିରଙ୍ଗା’ ଅଭିଯାନ ଏକ ଅଭୂତପୂର୍ବ ଜନସହଭାଗିତା ସହିତ ସମଗ୍ର ଦେଶରେ ଏକତାରେ ପରିଣତ କରିଛି । ଏବେ ମଧ୍ୟ ଆସନ୍ତୁ ସମସ୍ତେ ତିରଙ୍ଗା ଉତ୍ସବକୁ ଆଗେଇ ନେଇଯିବା ।” ଏହି ପରୀପ୍ରେକ୍ଷୀରେ ଟିଟିଲାଗଡ ପୌରପରିଷଦ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ସିଡିପିଓ ଶ୍ରୀମତୀ ସୁଷମା ପାଢ଼ୀ, ଅତିରିକ୍ତ ସହାୟକ ଜିଲ୍ଲାପାଳ ତୁଷାର କାନ୍ତ ମହଲା, ଥାନାଧିକାରୀ ମନୋଜ କୁମାର ମୁଣ୍ଡା, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ସହରର ବିଭିନ୍ନ ସ୍କୁଲ, ଅନୁଷ୍ଠାନ, ସମାଜସେବୀ, ସାଧାରଣ ଜନତା, ବରିଷ୍ଠ ନାଗରିକ ସଂଘର ସଦସ୍ୟ, ପୌର ପରିଷଦର କର୍ମଚାରୀମାନେ ସାମିଲ ହୋଇଥିଲେ । ହଜାର ହଜାର ସଂଖ୍ୟାରେ ଲୋକ ଛାତ୍ରଛାତ୍ରୀମାନେ ସାମିଲ ହୋଇ ‘ଭାରତ ମାତା କି ଜୟ’ ‘ବନ୍ଦେ ମାତର୍ୱ୍’ ନାରାରେ ସହର ଗର୍ଜି ଉଠିଥିଲା । ଏହି ଅବସରରେ ସହରର ବିଭିନ୍ନ ଛକ ମାନଙ୍କରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା । ସହରର ଚାରିଆଡ଼େ ଜାତୀୟ ପତାକା ବେଲୁନ ଦ୍ଵାରା ସୁସଜ୍ଜିତ କରଯାଇଥିଲା । ଖାସ୍ କରି ଆଇ ଲଭ୍ ଟିଟିଲାଗଡ ପାର୍କ ଦେଖିଲେ ଆତ୍ମ ତୃପ୍ତି ମିଳୁଥିଲା ।