
ଭବାନୀପାଟଣା, (କେପିଏନ୍ଏସ୍) : ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜୁ ଓ ଛାତ୍ର ଜନତା ଦଳର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର କେସିଙ୍ଗା ବ୍ଲକ୍ ପାଷ୍ଟିକୁଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜଭୂତ କରିବା ସହ ରାଜ୍ୟର ବିଜେପି ସରକାରଙ୍କ ବିଫଳତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବା ନେଇ ଆଲୋଚନା ହୋଇଥିଲା । ଏହା ସହିତ ନିର୍ବାଚନ କମିଶନଙ୍କ ଏସ୍ଆଇଆର୍ ପ୍ରକ୍ରିୟାରେ ଯେମିତି ଭୋଟର ବାଦ୍ ନ ପଡନ୍ତି ଏ ନେଇ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁରଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ଜୁନାଗଡ଼ ବିଧାୟକ ଗୋବର୍ଦ୍ଧନ ଦାଶ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଉପ ସଭାପତି ପ୍ରଦୀପ ମୁଣ୍ଡ, ମହିଳା ଜୋନ ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ବିଜେଡି ସମ୍ପାଦକ ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନୀନ୍ଦ୍ର ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଜିଲ୍ଲା ସଭାନେତ୍ରୀ ସବିତା ପ୍ରଧାନ, ଜିଲ୍ଲା ଉପ ସଭାପତି ବଦ୍ରି ନାରାୟଣ ପଟ୍ଟନାୟକ, ବରିଷ୍ଠ ନେତା ପ୍ରଶାନ୍ତ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଯଯାତି ନାୟକ, ଜିଲ୍ଲା ପରିଷଦ ସଭ୍ୟ ନରୋତ୍ତମ ଭାଟି, ସୁନିତା ଶବର, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ନୀଳାମ୍ବର ସାହୁ, ଭବାନୀପାଟଣା ବ୍ଲକ ସଭାପତି ପ୍ରେମ ରଞ୍ଜନ ପାଣିଗ୍ରାହୀ, କେସିଙ୍ଗା ବ୍ଲକ ସଭାପତି କେଶବ ବିଶ୍ୱାଳ, କେସିଙ୍ଗା ନଗର ସଭାପତି ନଳିନ ପଟ୍ଟନାୟକ, ରମେଶ ପଟ୍ଟନାୟକ, ଟୁଟୁ ପଟ୍ଟନାୟକ ସମେତ ଭବାନୀପାଟଣା ମ୍ୟୁନିସିପାଲିଟି ଓ କେସିଙ୍ଗା ଏନ.ଏ.ସି କାଉନସିଲର ବୃନ୍ଦ ଯୋଗଦେଇଥିଲେ ।