jayashree

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ବୁଧବାର ଖଡ଼ିଆଳ ସାପ୍ତାହିକ ବଜାର ସ୍ଥିତ ନବ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରକୋଷ୍ଠରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖଡ଼ିଆଳ, କୋମନା, ନୂଆପଡା, ବୋଡେ଼ନ, ସିନାପାଲି, ଖରିଆର ରୋଡ଼ ଅଞ୍ଚଳରେ ତତ୍ପରତା ସହିତ କାମ କରୁଥିବା ସାମ୍ବାଦିକ/ସାମ୍ବାଦିକା ଯୋଗଦେଇଥିଲେ । ବୈଠକ ଆରମ୍ଭରୁ ସମବେଦନ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଛି । ପରେ ସାମ୍ବାଦିକ ରାଜ କିଶୋର ସିଂହଦେଓଙ୍କ ଆକସ୍ମିକ ଦେହାନ୍ତ ବିଷୟରେ ଆଲୋଚନା କରିବା ସହିତ, ତାଙ୍କ ଅମରଆତ୍ମାର ସଦ୍‌ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଛି । ଅତିଥି ପରିଚୟ ପ୍ରଦାନ ଉତ୍ସବକୁ ସାମ୍ବାଦିକ ଦେବେଶ ହୋତା ପରିଚାଳନା କରିବା ପରେ ସ୍ଥାୟୀ ସଭାପତି ମୋତିଲାଲ ବାଗ ମଞ୍ଚ ପରିଚାଳନା କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ପରେ ସାମ୍ବାଦିକ, ସାମ୍ବାଦିକତା ଓ କର୍ତ୍ତବ୍ୟ ବିଷୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସହିଷ ଉପସ୍ଥାପନା କରିଥିଲେ । ସେହିଭଳି ସଂଘ ଉପଦେଷ୍ଟା ସମାଜସେବୀ ଶୋକନାଥ ସେନାପତି ସଂଘର ବାଏଲ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ବରିଷ୍ଠ ସଦସ୍ୟ ମାଧବ ପ୍ରସାଦ ସାହୁ ସଂଗଠନ ଶକ୍ତି ବିଷୟରେ ଆଲୋକପାତ କରିଥିଲେ । ଦିଲ୍ଲୀପ ଦଳପତି, ତେଜୁରାମ ନାଏକ ଅନ୍ୟ ସଂଘରେ ସଦସ୍ୟ ହୋଇଥିବା କାରଣରୁ ସଂଘର ସର୍ବ ସମ୍ମତି କ୍ରମେ ସଦସ୍ୟତାରୁ ନୀଲମ୍ବନ କରାଯାଇଛି । ସେହିଭଳି ଅନେକ କାରଣ ଯୋଗୁଁ ଜଗନ୍ନାଥ ସାଗରଙ୍କୁ ମଧ୍ୟ ସଂଘ ନିଲମ୍ବନ କରିଛି । ସେହିଭଳି ସଂଘ ନୂତନ ଭାବରେ ଉପସଭାପତି ଭାବରେ ଟିକେଶ୍ୱର ନାଗ, ଯୁଗ୍ମ ସମ୍ପାଦକ ଭାବରେ ବିରବଲ ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଯୁଗଳ କିଶୋର ମହାନ୍ଦଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଗଲା । ବୈଠକରେ ଜିଲ୍ଲାର ବିଭିନ୍ନ କୋଣରୁ ୪୦ ଜଣ ସାମ୍ବାଦିକ ଯୋଗଦେଇଥିଲେ । ଶେଷରେ ସାମ୍ବାଦିକା ପୁଷ୍ପାଞ୍ଜଳି ଦେବାଙ୍ଗନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.