
କଟକ, (କେପିଏନ୍ଏସ୍) : କଟକ ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ଅନନ୍ତ ପୁର ସ୍ଥିତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତୀତଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସବ ଜୋନର ଡାଇରେକ୍ଟର ବ୍ରହ୍ମ କୁମାରୀ ଭଉଣୀ ସୁଲୋଚନା, ଗାଇନୋକୋଲୋଜିଷ୍ଟ ଡାକ୍ତର କୀର୍ତ୍ତି,ଦଧିଚି କଲେଜ ଚେୟାରମ୍ୟାନ ଡକ୍ଟର ମନୋଜ ଦାସ, ବ୍ରହ୍ମକୁମାର ନ୍ୟାସନାଲ କୋଡିନେଟର ବ୍ରହ୍ମ କୁମାର ନଥମାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଜିର ଯୁବପିଢ଼ି ମାନେକୁ ପଥଗାମୀ ନ ହୋଇ ସମାଜ ସଂସ୍କାର ଦିଗରେ ନିଜକୁ ପ୍ରତିପାଦିତ କରି ସୁସ୍ଥ ସମାଜ ଗଠନ ଦିଗରେ ଯୁବଗୋଷ୍ଠୀଙ୍କ ଅବଦାନ ଅତୁଳନୀୟ ଅଟେ । ଏହି କାର୍ଯ୍ୟକ୍ରମରେ ସୁଦ୍ଧାନନ୍ଦ କଲେଜ, ସିନର୍ଜି କଲେଜ, ଦଧୀଚି କଲେଜ ଓ ଅଞ୍ଚଳର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜନିଜର ଜୀବନ ଶୈଳୀକୁ ପରିବର୍ତ୍ତନ ଦିଗରେ ଅନୁପ୍ରାଣିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମ କୁମାରୀ ଭଉଣୀ ଶିବାଙ୍ଗୀ ପରିଚାଳନା କରିଥିବାବେଳେ ବ୍ରହ୍ମ କୁମାରୀ ତ୍ରିବେଣୀ ଭଉଣୀ ଧନ୍ୟବାଦ ଦେଇଥିଲେ ।