jayashree

ଚଟୁଅନକା ବିଦ୍ୟାଳୟରେ ନିଶାମୁକ୍ତ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ପିଏମ୍‌ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାଠାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚମାର ବଏ, ସମାଜସେବୀ ଥମିର ଛତ୍ରିଆ, ବରିଷ୍ଠ ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀ, ସୁରେଶ ବେହେରା, ସୁଶାନ୍ତ ରାଉତ, ସରୋଜ ବରିହା, କିଶୋର ବରିହା ମଞ୍ଚାସୀନ ଥିଲେ । ଭାରତ ସରକାରଙ୍କ ନିଶାମୁକ୍ତ ଅଭିଯାନକୁ ସଫଳ କରିବାକୁ ହେଲେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ଛାତ୍ରଛାତ୍ରୀ ମାନଙ୍କର ଗୁରୁ ଦାୟିତ୍ୱ ରହିଛି । ସମସ୍ତଙ୍କ ପ୍ରଚେଷ୍ଟାରେ ନିଶାମୁକ୍ତ ବିଦ୍ୟାଳୟ ଗଠନ କରିପାରିବା ବୋଲି ଅତିଥିମାନେ ମତ ଦେଇଥିଲେ । ସଭାପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗ୍ରାମ ପରିକ୍ରମା କରିଥିଲେ । ଛାତ୍ରଛାତ୍ରୀ ମାନେ ପ୍ଳାକାର୍ଡ ଧରି ନିଶାନିବାରଣ ଉପରେ ସ୍ଲୋଗାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.