jayashree

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା : ସ୍ତ୍ରୀ ସମ୍ମୁଖରେ ସ୍ୱାମୀଙ୍କ ମୃତ୍ୟୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଫଟାବାହାଲ- ଜାମୁଟିଆ ମୁଖ୍ୟ ରାସ୍ତାରେ ସ୍କୁଟି ଓ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଉପରବାହାଲ ଗାଁର ସ୍କୁଟି ଆରୋହୀ ଛବିନ୍ ସାହୁ (୩୯)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏଥିରେ ମୃତକଙ୍କ ସ୍ତ୍ରୀ ବୃନ୍ଦାବତୀ ସାହୁ ଓ ୭ ବର୍ଷର ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଅନ୍ୟପଟେ ବାଇକ୍ ଚାଳକ ଲୋଇସିଂହା ବ୍ଲକ ବିରକେଲ ଗ୍ରାମର ସପ୍ନେଶ୍ୱର ପଟେଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଲୋକେ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ମୃତ ଛବିନ ନିଜ ପରିବାର ସହ ବଲାଙ୍ଗିର ମେଡ଼ିକାଲକୁ ଡାଏଲେସିସ ହେବା ପାଇଁ ଆସୁଥିବା ବେଳେ ବଲାଙ୍ଗିର ପଟରୁ ସାର ବସ୍ତା ଧରି ଆସୁଥିବା ସପ୍ନେଶ୍ୱରଙ୍କ ବାଇକ ସହ ଧକ୍କା ହୋଇଥିଲା । ଫଳରେ ସମସ୍ତେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲକୁ ଆଣିଥିବା ବେଳେ ହସ୍ପିଟାଲରେ ଛବିନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଛବିନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଛବିନ ଉପରବାହାଲ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନେହେରୁ ବିଶ୍ଵାଳଙ୍କ ଜ୍ୱାଇଁ ବୋଲି ଜଣାପଡ଼ିଛି । ସେ ପ୍ରତି ସପ୍ତାହରେ ଦୁଇଥର ମେଡ଼ିକାଲକୁ ଆସି ଡାଏଲେସିସ ହେଉଥିଲେ ।

Leave A Reply

Your email address will not be published.