ବଲାଙ୍ଗିର ଅବକାରୀ ବିଭାଗ ହାତରେ ୭ କୁଇଂଟାଲ ଗଞ୍ଜେଇ ସହ ୨ ଚାଲାଣକାରୀ

csstore

ବଲାଙ୍ଗିର : ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଛୁଟି ଦିନର ସୁଯୋଗ ନେଇ ଫୁଲବାଣୀରୁ ବିହାର ଅଭିମୁଖେ ଯାଉଥିବା ଏକ ୧୨ ଚକିଆ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବଲାଙ୍ଗିର ଅବକାରୀ ବିଭାଗ । ତୁରନ୍ତ ଚଢ଼ାଉ କରି ଟ୍ରକ୍‌ଟିକୁ ଅଟକାଇ ତଲାସି କରାଯାଇଥିଲା । ଯାଞ୍ଚ ବେଳେ ମକା ବସ୍ତା ଆଢ଼ରେ ଲୁଚାଇ ରଖାଯାଇଥିବା ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ଅବକାରୀ ବିଭାଗର ସ୍ପେଶାଲ ଟିମ୍ ଟ୍ରକ୍‌ ସହ ଗଞ୍ଜେଇକୁ ଜବତ କରିବା ସହ ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ କରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅନ୍ନପୂର୍ଣ୍ଣା ରଥ ସୂଚନା ଦେଇ କହିଛନ୍ତି ଯେ, ଏହି ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୧ କୋଟି ୭ ଲକ୍ଷ ଟଙ୍କା । ଏହି ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.