ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ଭଜମନ ଦାସ କଳା ପରିଷଦ ପକ୍ଷରୁ ସରପଞ୍ଚ ଡିଗ୍ରୀ ମେହେରଙ୍କ ସଭାପତିତ୍ୱରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯେଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଓ କବି ସଚ୍ଚିଦାନନ୍ଦ ପଧାନ ମୁଖ୍ୟ ଅତିଥି, ସାଲେଭଟା ସମ୍ବାଦ ପ୍ରତିନିଧି ସନ୍ତୋଷ ବିଶି ସମ୍ମାନିତ ଅତିଥି ଓ ନାଟ୍ୟକାର, ଅଭିନେତା, କବି ଅମୂଲ୍ୟ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିଥିମାନେ ଗୁରୁଙ୍କ ଜୀବନୀ ଏବଂ ପଶ୍ଚିମାଞ୍ଚଲର ଭାଷା, କଳା ସଂସ୍କୃତି, ଶବ୍ଦ ନୃତ୍ୟର ପ୍ରଚାର ପ୍ରସାର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧିକାରୀ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା । ଭଜମନ କଳା ପରିଷଦର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ଆନନ୍ଦ ଚନ୍ଦ୍ର ପଶାୟତଙ୍କ ସହ ପବିତ୍ର ବେହେରା, ସରୋଜ ଦାସ, ପ୍ରକାଶ ବେହେରା, ଅରକ୍ଷିତ ବେହେରା, ଗଣେଶ ପାଣ୍ଡେ, ସନମତ ସାହୁ, ଜନ୍ମଜୟ ସାହୁ, ମୁରଲୀ ସେଠି, ମନସୀ ପଧାନ, ନିରଞ୍ଜନ ଦେହେରୀ, ଅନିରୁଦ୍ଧ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
