ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ବନ ବିଭାଗ କାନ୍ଥ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ କାଲିଠାରୁ ହେଉଥିବା ବର୍ଷା ଯୋଗୁଁ ଟିଟିଲାଗଡ ବନ ବିଭାଗର ବାଉଣ୍ଡ୍ରି ୱାଲ ଭୁଷୁଡି ପଡିଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ଲୋକଙ୍କ କହିବାନୁଯାୟୀ ପାଖରେ ବସିଥିବା ଗୋଟିଏ ଷଣ୍ଢ ଉପରେ ୱାଲ ପଡ଼ିଯାଇଥିଲା । ଆଖପାଖରେ ଥିବା ସ୍ଥାନୀୟ ଲୋକେ ଧାଇଁ ଯାଇ ଷଣ୍ଢକୁ ଉଦ୍ଧାର କରିଥିଲେ । ଭାଗ୍ୟ ବଶତଃ ସକାଳ ହୋଇଥିବାରୁ ଉକ୍ତ ରାସ୍ତାରେ ଲୋକଙ୍କ ଯା ଆସ ସେତେ ନ ଥିଲା, ସ୍କୁଲ ଯିବା ଆସିବା ସମୟ କିମ୍ବା ସନ୍ଧ୍ୟା ବେଳେ ଉକ୍ତ ଜାଗାରେ ଅନେକ ଭେଣ୍ଡର ଠେଲା ଆଦି ଲଗାଇଥାନ୍ତି, ଯାହାକି ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ବୋଲି ଲୋକେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.