ବଲାଙ୍ଗିର ପୋଲିସ ହାତରେ ଗିରଫ ହୋଇ ଜେଲ୍‌ ଗଲା ମୋଷ୍ଟ ୱାଣ୍ଟେଡ୍‌ ବାବୁଲୁ ମହାନନ୍ଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଗିରଫ ହୋଇ ଜେଲ୍‌ ଗଲା ମୋଷ୍ଟ ୱାଣ୍ଟେଡ୍‌ ବାବୁଲୁ ମହାନନ୍ଦ । ଖାଲି ବାବୁଲୁ ନୁହେଁ ତାହାର ସହଯୋଗୀ ସିପୁନ ପଟ୍ଟନାୟକକୁ ମଧ୍ୟ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ଦାଦାବଟି ଓ ଜୀବନରୁ ମାରିଦେବା ଭଳି ସାଂଘାତିକ ଅଭିଯୋଗକୁ ନେଇ ବଲାଙ୍ଗିର ପୋଲିସ ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଥାନା ଆଇଆଇସି ଅବନୀ ସାହୁ ସୂଚନା ଦେଇଛନ୍ତି । ପେଲେସ ଲାଇନର ସୁରଜିତ ବିଷୋୟୀ ନାମକ ଜଣେ ଠିକାଦାର ପ୍ରାୟ ୬ଟି ସରକାରୀ ଟେଣ୍ଡରର କାମ ପାଇଥିବା ବେଳେ ଟେଣ୍ଡରର କାମ କରିବା ପାଇଁ ବାବୁଲୁ ମହାନନ୍ଦ ଓ ସହଯୋଗୀ ଦାଦାବଟୀ ମାଗିବା ସହ ବିଭିନ୍ନ ସମୟରେ ଜୀବନରୁ ମାରିଦେବାକୁ ଧମକ ଦେଇଆସୁଥିବା ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଖାଲି ଏତିକି ନୁହେଁ ଖୋଦ ମୋଷ୍ଟ ୱାଣ୍ଟେଡ୍‌ ବାବୁଲୁର ଭଉଣୀ ମାନି ମହାନନ୍ଦ ମଧ୍ୟ ତା ନାରେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଦୁଇ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଘଟଣା ସଂପର୍କରେ ତଦନ୍ତ କରିଥିଲା ଓ ଦୁଇ ଜଣ ମୋଷ୍ଟ ୱାଣ୍ଟେଡ୍‌ ବାବୁଲୁ ମହାନନ୍ଦ ଓ ତାହାର ସହଯୋଗୀ ସିପୁନ ଓରଫ ଅମରେଶ ପଟ୍ଟନାୟକକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.