ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ପିଏମଶ୍ରୀ ଅନସ୍ଲୋ ସରକାରୀ ହାଇସ୍କୁଲରେ ନୂତନ ଭାବେ ମନୋନୀତ ହୋଇଥିବା ଏସ.ଏମ୍.ସି. କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ ସହ ସ୍କୁଲ୍ କର୍ତ୍ତୃପକ୍ଷ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀ ସମସ୍ତ ସଦସ୍ୟସଦସ୍ୟାଙ୍କ ନାମ ଘୋଷଣା କରିବା ସାଂଗକୁ ଏସ.ଏମ୍.ସି. ସଦସ୍ୟ ସଦସ୍ୟାଙ୍କ ପରିଚୟ ପ୍ରଦାନ କରିଥିଲେ । ଅନସ୍ଲୋ ହାଇସ୍କୁଲର ଇ- ଲାଇବ୍ରେରୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଗ୍ରଗତି ଓ ଶୃଙ୍ଖଳିତ ପରିଚାଳନା ବିଷୟରେ ସମ୍ୟକ ଜ୍ଞାନ ଏସ.ଏମ୍.ସି. ସଦସ୍ୟ ସଦସ୍ୟାଙ୍କୁ ମ୍ୟାଡମ୍ ଆଲୋକପାତ କରିଥିଲେ । ଚଳିତ ବର୍ଷର ୨୦୨୬-୨୭ ପାଇଁ ସଙ୍ଗଠିତ ସ୍କୁଲ୍ ପରିଚାଳନା କମିଟି (ଏସ.ଏମ୍.ସି.) ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସଂପର୍କରେ ପ୍ରଧାନଶିକ୍ଷୟିତ୍ରୀ ଅବଗତ କରାଇଥିଲେ । ନୂତନ ଭାବେ ପୁନଃ-ନବୀକରଣ ହୋଇ ମନୋନୀତ ହୋଇଥିବା ସଭାପତି ଉମାଶଙ୍କର ଦାସ ଏବଂ ନୂତନ ଭାବେ ମନୋନୀତ ହୋଇଥିବା ସଭାନେତ୍ରୀ ମାଳତୀ ବେହେରାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଶୁଭେଚ୍ଛା ସହ ସାଧୁବାଦ ଜଣାଇ ସ୍କୁଲ୍ ଉନ୍ନତି ବିଧାନ ଦିଗରେ ସବୁବେଳେ କାର୍ଯ୍ୟ କ୍ଷେତ୍ରରେ ଆନ୍ତରିକ ସଭିଙ୍କ ସହଯୋଗ କାମନା କରିଥିଲେ ।
