ପିଏମ୍‌ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ହାତରେ ନେତୃତ୍ୱର ଡୋରି : ବିଭାଗ ବଣ୍ଟନ ସହ ଶପଥ ପାଠ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗରପଡ଼ା ସ୍ଥିତ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ମୀନା ମଞ୍ଚ ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ର କ୍ୟାବିନେଟ ଗଠନ ପରେ ମନୋନୀତ ଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଶୃଙ୍ଖଳା, ସ୍ୱାସ୍ଥ୍ୟ, ସାଂସ୍କୃତିକ, କ୍ରୀଡ଼ା, ପରିବେଶ, ପୁସ୍ତକାଳୟ ଓ ଶିକ୍ଷା ଭଳି ବିଭାଗ ପାଇଁ ମନ୍ତ୍ରୀ ଓ ଉପମନ୍ତ୍ରୀ ଚୟନ କରାଯାଇଥିଲା । ସମ୍ପୃକ୍ତ ବିଭାଗର କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା ସହ ସେମାନେ ବିଦ୍ୟାଳୟର ଶୃଙ୍ଖଳା ରକ୍ଷା, ସ୍ୱଚ୍ଛତା, ସହପାଠୀମାନଙ୍କ ମଧ୍ୟରେ ସହଯୋଗ ଭାବନା ସୃଷ୍ଟି ଏବଂ ବିଭିନ୍ନ ସହପାଠ୍ୟ କାର୍ଯ୍ୟକଳାପରେ ସକ୍ରୀୟ ଭୂମିକା ଗ୍ରହଣ କରିବେ । ମୀନା ମଞ୍ଚରେ ମୁଖ୍ୟମନ୍ତ୍ରୀ-ପ୍ରତ୍ୟୁଷା ରାଣୀ ବେହେରା, ଉପ-ମୁଖ୍ୟମନ୍ତ୍ରୀ ଦିପ୍ତିମୟୀ ପ୍ରଧାନ, ଶିକ୍ଷାମନ୍ତ୍ରୀ-ଶ୍ଵେତାଞ୍ଜଳି ମୁଗ୍ରୀ, ଉପ-ଶିକ୍ଷା ମନ୍ତ୍ରୀ ଶ୍ରୀୟାରାଣୀ ନାଏକ, ସ୍ୱାସ୍ଥ୍ୟମନ୍ତ୍ରୀ-ହୃଦୟା ନନ୍ଦ, ଉପ-ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧି ସାହୁ, ଖାଦ୍ୟମନ୍ତ୍ରୀ-ଜ୍ୟୋର୍ତିମୟୀ ସ୍ୱାଇଁ, ଉପ-ଖାଦ୍ୟମନ୍ତ୍ରୀ ସୁଚିସ୍ମିତା ସାହୁ, ସଂସ୍କୃତି ମନ୍ତ୍ରୀ ରିୟାଞ୍ଜଳି ସ୍ୱାଇଁ, ଉପ-ସଂସ୍କୃତି ମନ୍ତ୍ରୀ ସିମ୍ରନ ନାଏକ, ପରିବେଶ ମନ୍ତ୍ରୀ -ଅପର୍ଣ୍ଣା ସୁନା, ଉପ-ପରିବେଶ ମନ୍ତ୍ରୀ ସିମ୍ରନ ବେହେରା, କ୍ରୀଡ଼ାମନ୍ତ୍ରୀ -ସୁଶ୍ରୀ ସାଗରୀକା ଜେନା, ଉପ-କ୍ରୀଡ଼ା ମନ୍ତ୍ରୀ ଆରୋହୀ ଛତ୍ରିଆ ମନୋନୀତ ହୋଇଥିବା ବେଳେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ-ଅମନ୍ନାଲାଲ ଶତପଥୀ, ଉପ-ମୁଖ୍ୟମନ୍ତ୍ରୀ ଅର୍ଚ୍ଚନା ବେହେରା, କ୍ରୀଡ଼ାମନ୍ତ୍ରୀ-ସୁହାନୀ ନାଏକ, ଉପ-କ୍ରୀଡ଼ା ମନ୍ତ୍ରୀ ପ୍ରାଚୁର୍ଯ୍ୟା ମାହାଣା, ପରିବେଶ ମନ୍ତ୍ରୀ-ଈଶା ବହିଦାର, ଉପ-ପରିବେଶ ମନ୍ତ୍ରୀ ଆରାଧ୍ୟା କବାଟ, ସଂସ୍କୃତି ମନ୍ତ୍ରୀ-ଲୋପାମୁଦ୍ରା ବାଗ, ଉପ-ସଂସ୍କୃତି ମନ୍ତ୍ରୀ ସୁଲଗ୍ନା ବକୁଳ, ଖାଦ୍ୟ ମନ୍ତ୍ରୀ -ଶ୍ରୀୟା ସାହୁ, ଉପ-ଖାଦ୍ୟମନ୍ତ୍ରୀ ଅର୍ପିତା ସିଂ ନିନା, ସ୍ୱାସ୍ଥ୍ୟ ମନ୍ତ୍ରୀ-ଶିଖା ମିଶ୍ର, ଉପ-ସ୍ୱାସ୍ଥ୍ୟ ମନ୍ତ୍ରୀ ରୀୟା ନନ୍ଦ, ଶିକ୍ଷା ମନ୍ତ୍ରୀ-ଦମୟନ୍ତୀ ଖୁଆସ, ଉପ-ଶିକ୍ଷା ମନ୍ତ୍ରୀ ସୁସ୍ମିତା କୁମ୍ଭାର ମନୋନୀତ ହୋଇଥିଲେ । ଏହି ଅବସରରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟରେ ମନୋନୀତ ସମସ୍ତ ମନ୍ତ୍ରୀ ଓ ଉପ-ମନ୍ତ୍ରୀ ମାନଙ୍କୁ ନିଜ ନିଜ ବିଭାଗର ଦାୟିତ୍ୱ,ସଚ୍ଚୋଟତା, ନିଷ୍ଠା ଓ ଦାୟିତ୍ୱବୋଧର ସହିତ ସଠିକ ଭାବେ ନିର୍ବାହ କରିବା ସହ ବିଦ୍ୟାଳୟର ଶୃଙ୍ଖଳା, ସ୍ୱଚ୍ଛତା ଓ ସାମଗ୍ରୀକ ବିକାଶ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ଛାତ୍ରୀମାନଙ୍କୁ ଦାୟିତ୍ୱବାନ, ଶୃଙ୍ଖଳିତ ଏବଂ ସେବାଭାବୀ ନେତୃତ୍ୱ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ । ଏଭଳି ଛାତ୍ର ନେତୃତ୍ୱ ବ୍ୟବସ୍ଥା ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଦାୟିତ୍ୱବୋଧ ଓ ନେତୃତ୍ୱ ଦକ୍ଷତା ବୃଦ୍ଧି କରିବା ସହ ସେମାନଙ୍କୁ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ନିଜ ବକ୍ତବ୍ୟରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ, ଦାୟିତ୍ୱବୋଧ ଓ ସାମାଜିକ ଚେତନାର ବିକାଶ ଘଟିବା ସହ ବିଦ୍ୟାଳୟର ସାମଗ୍ରିକ ବିକାଶରେ ସେମାନଙ୍କ ସକ୍ରୀୟ ସହାଭାଗିତା ସୁନିଶ୍ଚିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ସୁରେଶ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ନୂତନ ନାୟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ଶିକ୍ଷୟିତ୍ରୀ ଯାଜ୍ଞସିନୀ ମହାପାତ୍ର, ରଶ୍ମିତା ଦାଶ, ସୌମ୍ୟାଶ୍ରୀ ସାହୁ, ଦେବସ୍ମିତା ପାଣିଗ୍ରାହୀ, ପ୍ରଜ୍ଞା ପରମିତା ବଘାର, ସଂଗୀତା ସାହୁ, ଲିଜା ସାହୁ, ସୋମନାଞ୍ଜଳି ସାହୁ, ସ୍ୱରୂପା ହୋତା, ଧାରାଶ୍ରୀ ଧୀମହୀ ବେହେରା, ବିନ୍ଦୁରେଖା ସାହୁ, ଜସ୍ମିନ ସାହୁ, ଲିଲି ଭୋଇ, ସ୍ୱରଞ୍ଜିକା ରାଉତ, ରଶ୍ମିରେଖା ବାଗ, ରଶ୍ମିତା ହୋତା, ପୂଜା ଦାସ, ଜ୍ୟୋତିର୍ମୟୀ ପୁଝାହାରୀ, ସନ୍ତୋଷିନୀ ତାଣ୍ଡି, ତାରକାନ୍ତୀ ସାଏ, ଅଂଶୁ ସାହାଣୀ, ନମିତା କର, ଏକଲବ୍ୟ ଚନ୍ଦନ, ରଞ୍ଜିତ ମିଶ୍ର, ହରି ଖେତୀ, ମୁରର୍ଜିତ ମହାନନ୍ଦ, ନୃସିଂହ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.