jsm

କାର୍ଯ୍ୟବନ୍ଦ ଆନ୍ଦୋଳନରେ ବ୍ଲକ୍ ଯୋଗାଣ ସହାୟକ

csstore

ସଇଁତଲା, (କେପିଏନ୍‌ଏସ୍‌) : ରାଜ୍ୟ ସଂଘର ଆହ୍ୱାନକ୍ରମେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଯୋଗାଣ ସହାୟକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ୧୦ ଜୁଲାଇ ସୁଦ୍ଧା ସମାଧାନ ନ ହେବାରୁ ୧୦ ତାରିଖରୁ ସମସ୍ତ ଯୋଗାଣ ସହାୟକ ସାମୂହିକ ଛୁଟିରେ ଯିବା ସହ ଆବଶ୍ୟକ ପଡ଼ିଲେ ଗଣତାନ୍ତ୍ରିକ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦୀର୍ଘ ୧୪ବର୍ଷ ହେଲା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ସେମାନେ ଓ ସେମାନଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୦ତାରିଖରୁ ସମୂହ ଛୁଟିରେ ରହି ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ଚଳିତ ଜୁଲାଇ ଓ ଅଗଷ୍ଟ ମାସର ଖାଉଟି ସାମଗ୍ରୀ ବଣ୍ଟନ କରିବେ ନାହିଁ ବୋଲି ବିଡ଼ିଓଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଇଁତଲା ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି ଜତିନ୍ଦ୍ର ଦାସଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତର ଯୋଗାଣ ସହାୟକ ଉପସ୍ଥିତ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.