jayashree

ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ତରଫରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ ଯଥାକ୍ରମେ ପରିବେଶ ସୁରକ୍ଷା ଓ କବିତା ଗଛକୁ ନେଇ ଏକ କାର୍ଯ୍ୟକ୍ରମ ହୋଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ଡ. ଭବାନୀ ଶଙ୍କର ପଟେଲ (ସଭାପତି), ସମ୍ମାନିତ ଅତିଥି ଭାବରେ କଲେଜର ଅଧ୍ୟକ୍ଷ ଡ. ମନସ୍କିତା ମିଶ୍ର, ବକ୍ତା ଭାବରେ କଲେଜର ଇଂରାଜୀ ଅଧ୍ୟାପିକା ଏ.ବି.ରାମ ଲେପ୍ସା, ଓଡିଆ ଅଧ୍ୟାପିକା ଅନୁସୂୟା ଚାନ୍ଦ, ପରିବେଶ ସଂବନ୍ଧରେ ଅତି ସୁନ୍ଦର ମତ ସବୁ ରଖିଥିଲେ । ସେମାନଙ୍କ ବକ୍ତବ୍ୟ ଥିଲା ଯେ, ପରିବେଶ ହିଁ ଜୀବନ, ବିନା ପରିବେଶରେ ଆମେ ଚଳି ପାରିବା ନାହିଁ । ଗଛ ହିଁ ଆମକୁ ସୁରକ୍ଷିତ ରଖିଛି । ତେଣୁ ସମସ୍ତଙ୍କ ଏକ ଗଛ ଲଗାଇବା ଏକ ଦାୟିତ୍ୱ ରହିଛି । ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଚୁମକୀ ଦାଶ ଯେ, କି ଜଣେ କବି ତଥା କଣ୍ଠଶିଳ୍ପୀ । କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ରଶ୍ମି ପାତ୍ର, କବି ଓ ସଂଗଠକ ତଥା ସଭ୍ୟା ଅଖିଳ ଭାରତୀୟ ସାହିତ୍ୟ ପରିଷଦ କବିତା ତଥା ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କବିତା ଓ ବକ୍ତବ୍ୟ ରଖିଥିଲେ ଛାତ୍ରଛାତ୍ରୀ ତଥା କବିବୃନ୍ଦ । ସେମାନେ ହେଲେ ସୁମିତ୍ରା ଭଂଜ, ଖୁସି ଷଡଙ୍ଗୀ, ରଚନା ନେପାକ, ସରୋଜ ପ୍ରଧାନ, ସରସ୍ୱତୀ ସାହୁ, ଡ. ଭବାନୀ ଶଙ୍କର ପଟେଲ, ରାମ ଶଙ୍କର ଶତପଥି, ବଳିଷ୍ଠ ପଧାନ, ନିର୍ଦ୍ଦେଶକ ଅଶୋକ ମିଶ୍ର, ଚୁମକୀ ଦାଶ, ରଶ୍ମି ପାତ୍ର, ଏ.ବି.ରାମ ଲିପ୍ସା, ଅଧ୍ୟାପିକା । ଛାତ୍ର ଛାତ୍ରୀମାନଙ୍କୁ ପରିଷଦ ତରଫରୁ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଶେଷରେ ସଭାପତିଙ୍କ ଅଭିଭାଷଣରେ ସେ ପରିବେଶର ଗୁରୁତ୍ୱ ପ୍ରଦାନ କରିଥିଲେ । ଧନ୍ୟବାଦ ତଥା ପରିଷଦର ଇତିହାସ ପ୍ରଦାନ କରିଥିଲେ ଗିରିଜା ଶଙ୍କର ରଥ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓ ସଭାପତିଙ୍କ ସୂଚନା ଅନୁସାରେ ସଭା ସାଙ୍ଗ ହୋଇଥିଲା । ମୋଟାମୋଟି ଭାବରେ ସଭା ଶୃଙ୍ଖଳିିତ ତଥା ସୁନ୍ଦର ଭାବରେ ସଂପନ୍ନ ହୋଇଥିଲ ।

Leave A Reply

Your email address will not be published.

error: Content is protected !!