jsm

ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଏକ ପେଡ୍‌ ମା କେ ନାମ୍‌ କାର୍ଯ୍ୟକ୍ରମ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଏକ ପେଡ୍‌ ମା କେ ନାମ୍‌ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଯାଇଛି । ଆଜିର ଦିବସଟିକୁ ବୃକ୍ଷରୋପଣ ଆମରି ପଣ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ମନରେ ଉଦ୍‌ଘୋଷିତ ହେଉ ବୋଲି ସ୍କୁଲର ମ୍ୟାନେଜିଂ ଡାଇରେକ୍ଟର ରବିଚନ୍ଦ୍ର ଉଦ୍‌ଗାତା ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ଚେୟାରମେନ ବୀରେନ୍ଦ୍ର କୁମାର ଉଦ୍‌ଗାତା ଅଧ୍ୟକ୍ଷତା କରିଥିଲେ । ପ୍ରାଇମେରୀ ସେକ୍ସନ ପ୍ରିନ୍ସିପାଲ ଅଭିସ୍ମିତା ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସ୍କୁଲ ସେକେଣ୍ଡାରୀ ପ୍ରିନ୍ସିପାଲ ଡ. ରବିଚନ୍ଦ୍ରର ପଶାୟତ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାମ୍ବାଦିକ ଆକୁଳ ବେହେରା ଅତିଥି ଭାବେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ଆଜିର ସକାଳ କାର୍ଯ୍ୟକ୍ରମରେ ସ୍କୁଲର ନିଜସ୍ୱ କ୍ୟାମ୍ପସ ଭାଲେର ଠାରେ ବିଭିନ୍ନ କିସମର ୫୦ ଗୋଟି ଚାରା ରୋପଣ କରାଯାଇଥିବା ବେଳେ ମାଲପଡା ସ୍ଥିତ କ୍ୟାମ୍ପସରେ ଶିକ୍ଷକ ଆରତୀ ପ୍ରିୟଦର୍ଶିନୀ, ଜସ୍ମିନ ଉଦ୍‌ଗାତା, ଅନୁପମା ତନ୍ତୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସ୍କୁଲର ସ୍କାଉଟ, ଗାଇଡ, ରେଡକ୍ରସ ୟୁନିଟ ଇକୋ କ୍ଲବର ସମସ୍ତ ଛାତ୍ରଛାତ୍ରୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶିକ୍ଷକ ଆଶିକ ଯୋଷୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ରୋହିତ ବକୁଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.