jsm

ଡାକ୍ତରଙ୍କୁ ବାନ୍ଧି ଘରେ ଡକାୟତି, ୫୪ ଗ୍ରାମ ସୁନା ସହ ୭୨ ହଜାର ଲୁଟ

csstore

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧର୍ମଗଡ଼ରେ ଡକାୟତଙ୍କ ଆତଙ୍କ । ଡାକ୍ତରଙ୍କ ଘରେ ପଶି ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ ସୁନା ଓ ନଗଦ ରାଶି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଗତ ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାବେଳେ, ଏହି ଘଟଣା ଧର୍ମଗଡ଼ ଅଞ୍ଚଳରେ ଆତଙ୍କ ଖେଳାଇଛି । ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଅଜିତ ଦାସଙ୍କ ଘରେ ପଶି ଏହି ମୁଖା ପିନ୍ଧା ଡକାୟତମାନେ ବଳପୂର୍ବକ ଲୁଟି ଛନ୍ତି ଟଙ୍କା ଓ ସୁନା ଗହଣା । ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କିଛି ମୁଖା ପିନ୍ଧା ଡକାୟତ ଡାକ୍ତର ଶ୍ରୀ ଦାଶଙ୍କ ଘରେ ପଶି ପ୍ରଥମେ ତାଙ୍କର ହାତ ଓ ଗୋଡ଼ ବାନ୍ଧି ପକାଇଥିଲେ । ଏହାପରେ ଘରେ ଥିବା ନଗଦ ୭୨ ହଜାର ଟଙ୍କା ସହିତ ପ୍ରାୟ ୫୪ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଏହି ସାଂଘାତିକ ଲୁଟ୍ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଧର୍ମଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

yuvodaya
Leave A Reply

Your email address will not be published.