jayashree

ବ୍ୟାଙ୍କ ଅଫ୍‌ ବରୋଦାର ନୂତନ ଶାଖା ଉଦ୍‌ଘାଟିତ

ଜୟପାଟଣା, (ଶେଷଦେବ ବେହୋରା) : ଜୟପାଟଣା ସହରର ଗାନ୍ଧୀଗ୍ରାମ ପଡା ପରିଷର ମଧ୍ୟରେ ବ୍ୟାଙ୍କ୍ ଅଫ ବରୋଦାର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ଆଞ୍ଚଳିକ ଆର୍ଥିକ ବିକାଶର ଲକ୍ଷ୍ୟ ଓ ବ୍ୟବସାୟୀକ ଉନ୍ନତି କ୍ଷେତ୍ରରେ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ କରିବାର ମହତ ଲକ୍ଷ୍ୟକୁ ବ୍ୟାଙ୍କ୍ ଅଧିକାରୀମାନେ ଆଭିମୁଖ୍ୟ ରଖିଥିଲେ । ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ସମ୍ବଲପୁର ଜୋନ ରିଜୋନାଲ ମ୍ୟାନେଜର ପ୍ରଭାକର ଝପଟ ସିଂ ଓ ଉଦ୍ୟୋଗ ପତି ସୁବାସ ଚନ୍ଦ୍ର ମୁଣ୍ଡ ମଞ୍ଚାସୀନ ରହି ଆଭିମୁଖ୍ୟ ପ୍ରକାଶ କରୁଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଳିତ ମୋହନ ନାଏକ, ମାଧବ ଚନ୍ଦ୍ର ପଣ୍ଡା, ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, ଦିବାକର ପଟ୍ଟନାୟକ, ପ୍ରାଣ ରଂଜନ ବେହେରା, ଅର୍ଜୁନ ପଟ୍ଟନାୟକ, ଅଶ୍ରଫ ଅଲ୍ଲୀ, ରାଜା ପଣ୍ଡା, ରଜନୀକାନ୍ତ ସାହୁ, ବିଭୁଦେନ୍ଦ୍ର ପଣ୍ଡା, ପ୍ରମୁଖ ଅତିଥି ଉପସ୍ଥିତ ରହିଥିଲେ । ଶାଖା ପରିଚାଳକ ଧର୍ମେନ୍ଦ୍ର ସାହୁ ଅତିଥି ସ୍ଵାଗତ କରିଥିବା ବେଳେ ବ୍ୟାଙ୍କ୍ କର୍ମଚାରୀ ସନାତନ ମାଝୀ, ଦେବବ୍ରତ ନାଏକ ସହଯୋଗ କରୁଥିଲେ ।

Leave A Reply

Your email address will not be published.