jayashree

ବଲାଙ୍ଗିର ନାଗରିକ କମିଟି ଦ୍ୱାରା ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ସ୍କୁଲ ପରିସରରେ ଆଜି ବଲାଙ୍ଗିର ନାଗରିକ କମିଟି ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ବିଭାଗ ତରଫରୁ ଚାରା ଯୋଗାଇ ଦିଆଯାଇଥିଲା । ଏଥିରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ନାଗରିକ କମିଟିର ବହୁ ସଦସ୍ୟଙ୍କ ଉପସ୍ଥିତିରେ କମିଟିର ସଭାପତି ଡ. ଶ୍ରୀକର ମିଶ୍ର ବୃକ୍ଷ କିପରି ଅମ୍ଲଜାନ ଦେଇ ଅଙ୍ଗାରକାମ୍ଲ ଗ୍ରହଣ କରୁଛି ଏବଂ ସୁନ୍ଦର ପରିବେଶ ସୃଷ୍ଟି କରୁଛି, ସେ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଖାଲି ବୃକ୍ଷରୋପଣ କଲେ ହେବ ନାହିଁ, ତାକୁ ବଞ୍ଚାଇବା ଦରକାର ବୋଲି କହିଥିଲେ । ତାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତୃପ୍ତିମଞ୍ଜରୀ ବଗର୍ତ୍ତି, ବିଜୟଲକ୍ଷ୍ମୀ ମିଶ୍ର, ଗୋପବନ୍ଧୁ ପୁରୋହିତ, ନିତ୍ୟାନନ୍ଦ ମିଶ୍ର, ମଳୟ ଦିଶିରି, ତରୁଣ ମିଶ୍ର, ତ୍ରିନାଥ ସାହୁ, ଦିବାକର ହୋତା, ପ୍ରଦୀପ ସାହୁ, ସନ୍ତୋଷ ଶତପଥି, ପ୍ରଦୀପ ନେପାକ, ପର୍ଶୁରାମ ନାୟକ, ବାସୁଦେବ ନାଥ, ଧର୍ମବ୍ରତ ରଥ, ସୁନିଲ ବିଶ୍ୱାଳ, ଶ୍ୟାମସୁନ୍ଦର ଦାଶ ପ୍ରମୁଖ ସହଯୋଗ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ସଂପାଦକ ମଧୁସୂଦନ ନାୟକ ସଂଚାଳନ କରିଥିଲେ ।

Leave A Reply

Your email address will not be published.