
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତା ଓ ଝିରପାଣି ସ୍ଥିତ ଡାମିଟ୍ସର ସହଯୋଗରେ ଏକ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ତଥା ନିଃଶୁଳ୍କ ଆଇନ ସହାୟତା ଶିବିର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଗ୍ରାମପଂଚାୟତରେ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ ଓ ଅଙ୍ଗନବାଡି ସଭ୍ୟ, ଗ୍ରାମାଞ୍ଚଳର ପିଲାମାନେ ଓ ଡାମିଟ୍ସର ଡକ୍ଟର ମମତା ନାୟକ, ସହାୟିକା ପ୍ରାଧ୍ୟାପିକା ପଦ୍ମିନୀ କୁମ୍ଭାର, ରାଉରକେଲା ଆଇନ ମହାବିଦ୍ୟାଳୟର ସହାୟକ ପ୍ରାଧ୍ୟାପକ ତନ୍ମୟ ରାଜ ପାଢ଼ୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସଚେତନତା ଶିବିରରେ ଯୋଗଦେଇଥିଲେ । ସାମ୍ପ୍ରତିକ ସମୟରେ ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ଅନେକ ବଢିଯାଇଛି, ସେନେଇ ପିଲାମାନଙ୍କ ମନସ୍ତତ୍ଵକୁ ବୁଝି ତାକୁ କିପରି ସୁସ୍ଥ ରଖାଯାଇ ପାରିବ, ସେନେଇ ଆଲୋଚନା କରାଯାଇଥିଲା । ଏ ବିଷୟ ଉପରେ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଗୁରୁତ୍ୱ ଦେଉଛି । ଗ୍ରାମାଞ୍ଚଳରେ ଆଇନ ସମ୍ୱନ୍ଧୀତ ଜ୍ଞାନର କେତେ ଆବଶ୍ୟକତା ରହିଛି, ସେ ବିଷୟରେ ଜ୍ଞାନ ବିତରଣ ଏବଂ ଏତଦ ବ୍ୟତୀତ ରାଉରକେଲା ଆଇନ ମହାବିଦ୍ୟାଳୟରେ ନିଃଶୁଳ୍କ ଆଇନ ସହାୟତାର ବ୍ୟବସ୍ଥା ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାମିଟ୍ସର ମୁଖ୍ୟ ଲାୟନ ଡ. ଯତୀନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

