jsm

ସଡକ ଦୁର୍ଘଟଣାରେ ଚାଷୀ ନେତା ଦେବେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ଚାଷୀ ନେତା ତଥା ପଶ୍ଚିମ ଓଡିଶା କୃଷକ ସଂଗଠନର ସଂପାଦକ ଦେବେନ୍ଦ୍ର ପ୍ରଧାନ(୫୦)ଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ସୋନପୁର ବିନିକା ଜାତୀୟ ରାଜପଥ ୧୨୬ (ଏ ) ଫୁଲମୁଠି ଜାମଛାପର ମଝିରେ ଥିବା କଢିଜୋର ପାଖ କଲଭର୍ଟରେ (ଓଡି୧୫ଡି ୩୨୭୧) ୱାଗାନର ଗାଡ଼ି ଭାରସାମ୍ୟ ହରାଇ କଲଭର୍ଟକୁ ପିଟି ଦେବାରୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଧିନସ୍ଥ ତବଲା ଗ୍ରାମର ଦେବେନ୍ଦ୍ର ପଧାନ (୫୦) ଓ ଡୁମ୍ବେରପାଲି ଗ୍ରାମର ବିପିନ ଭୋଇ (୫୭) ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ମୃତ ଦେବେନ୍ଦ୍ର ପଶ୍ଚିମ ଓଡିଶା କୃଷକ ସଂଗଠନର ସାଧାରଣ ସମ୍ପାଦକ ଥିଲେ ଓ ବିପିନ ପଶ୍ଚିମ ଓଡିଶା କୃଷକ ସଂଗଠନର ପୂର୍ବତନ ଉପ ସଭାପତି ଥିଲେ । ଉଭୟେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚାରଭଟାକୁ ଚାଷୀ ଶ୍ରମିକ ଖୋଜିବା ପାଇଁ ଆସିଥିଲେ ଏବଂ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ବାହିନୀ ଦେବେନ୍ଦ୍ରଙ୍କୁ ଉଦ୍ଧାର କରି ବିନିକା ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ଦେବେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଏବଂ ବିପିନକୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବିନିକା ପୁଲିସ ଶବକୁ ଜବତ କରିବା ସହିତ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି । ଖବର ପାଇବା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ତୁରନ୍ତ ମେଡିକାଲରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପରେ ତୁରନ୍ତ ସମ୍ବଲପୁର ପରିବାର ବର୍ଗଙ୍କ ପାଖକୁ ପଠାଇବା ବ୍ୟବସ୍ଥା କରିଥିଲେ । ଦେବେନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପଶ୍ଚିମ ଓଡିଶା ଚାଷୀ ସଂଗଠନ ମହଲରେ ଶୋକରଛାୟା ଖେଳିଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ବହୁ ଚାଷୀନେତା ତାଙ୍କୁ ଶେଷଦର୍ଶନ କରିଥିବା ବେଳେ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।

yuvodaya
Leave A Reply

Your email address will not be published.