
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଗାନ୍ଧୀ ଛକ ଠାରେ ବିଜୁ ଜନତା ଦଳ ପକ୍ଷରୁ ଝାଲମୁଡ଼ି ଓ ସୁଖା ଝୁରୀ ବିକିବା ସହ ନିଜ ନିଜ ବେକରେ ଲେମ୍ବୁ ମାଳା ପିନ୍ଧି ନିମୋଡ଼ା ନିମୋଡ଼ା ଗୀତ ବଜାଇବା ସାଙ୍ଗକୁ ନାଚି ନାଚି ସରକାରକୁ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । ତେବେ ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ କୀର୍ତ୍ତନ କରି ମଧ୍ୟ ଅଭିନବ ଢଙ୍ଗରେ ସମାଲୋଚନା କରଯାଇଛି । ତେବେ ବିଜୁ ଜନତା ଦଳର ଆଜି “ଶିକ୍ଷା ବଞ୍ଚାଅ ଆନ୍ଦୋଳନ ” କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ବିଜୁ ଜନତା ଦଳ ଯୁବ ନେତା ସୁବ୍ରତ ସିଂ ପ୍ରମୁଖ ଯୋଗଦେଇଥିବା ବେଳେ ଶହ ଶହ ନେତା ଓ ତୃଣମୂଳ ସ୍ତରର କର୍ମୀ ଯୋଗ ଦେଇ ପ୍ରତିବାଦ ସାମିଲ ହୋଇ ସରକାର ବିରୁଦ୍ଧରେ ନାରାବାଜି କରିଥିଲେ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକରେ ପ୍ରାୟ ଦୁଇ ହଜାର ଭୁଲ୍ ଥିବା କଥା କହି ନେତା ନେତ୍ରୀମାନେ ସରକାରକୁ କଡ଼ା ଭାଷାରେ ସମାଲୋଚନା କରିବା ସହ ନିନ୍ଦା କରିଥିଲେ । ଏହା ସହ କେନ୍ଦ୍ରରେ ହେଉ ଅବା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି ବୋଲି ସରକାର ବିରୁଦ୍ଧରେ ଗର୍ଜିଛନ୍ତି ବିଜୁ ଜନତା ଦଳର ନେତୃବୃ୍ନ୍ଦ । ଆହୁରି ଉଭୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଠିକ୍ ଦାୟିତ୍ୱ ନିର୍ବାହ କରୁ ବୋଲି ଦୃଢ଼ ଦାବୀ କରାଯାଇଛି । ବରଗଡ଼ ଗାନ୍ଧୀଛକରୁ ନିମୋଡ଼ା ନିମୋଡ଼ା ଗୀତ ବଜାଇ ଶୋଭାଯାତ୍ରାରେ ବରଗଡ଼ ଜିଲ୍ଲାପାଳ ଅଫିସକୁ ପହଞ୍ଚିବା ସାଙ୍ଗକୁ ଏକ ଦାବୀପତ୍ର ପ୍ରଦାନ କରଯାଇଛି । ଏହା ସହ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କରାଯାଇଛି ।

