
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ବର୍ଷାଯୋଗୁଁ ଘରୁ ପ୍ରାୟ ବାହାରିବା ଅସମ୍ଭବ ହୋଇପଡିଛି । ଜିଲ୍ଲାର ସମସ୍ତ ଛଅଟି ବ୍ଲକରେ ପ୍ରବଳ ବର୍ଷାହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ତରଭାରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି । ତରଭାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତରଭା ଏନ୍ଏସିର ତଳିଆ ଅଂଚଳରେ ଥିବା ଘର ଭିତରମାନଙ୍କୁ ପାଣି ପଶିବା ଆରମ୍ଭ ହେଲାଣି । ତରଭା -କଣ୍ଟାମାଲ ରାସ୍ତାର ବଡ଼ବନ୍ଧ ନିକଟ ରାସ୍ତାରେ ୩ ଫୁଟ ପାଣି ପ୍ରବାହିତ ହେଉଛି । ଯେଉଁଥିପାଇଁ ତରଭାରୁ କଣ୍ଟାମାଲ ରାସ୍ତା ବନ୍ଦ ରହିଛି । ଆଜି ଯଦି ବର୍ଷା ଲାଗି ରହେ ତେବେ ତରଭା ଅଂଚଳରେ ବନ୍ୟାସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

