jsm

ରଞ୍ଜିତ ଦାସଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ଆଜୀବନ ସଦସ୍ୟ, ରାଉରକେଲାର ପୂର୍ବତନ ବିଧାୟକ ସ୍ୱର୍ଗତ ଅଜିତ ଦାସଙ୍କ ଜ୍ୟେଷ୍ଠ ପୁତ୍ର, ଯୁବ ସମାଜସେବୀ ରଞ୍ଜିତ ଦାସଙ୍କର ଅକାଳ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଏକ ଶୋକ ସଭା ଉପସଭାପତି ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତିତ୍ୱରେ ପାଠାଗାରର ସଭାଗୃହରେ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଆତ୍ମାଙ୍କ ସଦ୍‌ଗତି ପାଇଁ ପ୍ରାରମ୍ଭରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ପରେ ସଦସ୍ୟମାନେ ସ୍ୱର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ଲକ୍ଷ୍ମଣ ନାଥ ଦାସ, ଅନୀଲ ଦାସ, ନିବାସ ରାୟ ପ୍ରମୁଖ ସ୍ୱର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିବାବେଳେ ହରିହର ନାୟକ, ଗୋପାଳ ପ୍ରସାଦ ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ସିଂହ, ପ୍ରଭାକର ସାହୁ, ଜ୍ଞାନେନ୍ଦ୍ର କୁମାର ରାୟ, ରମାକାନ୍ତ ଷଡ଼ଙ୍ଗୀ, ଅଶୋକ କୁମାର ଶୁକ୍ଳ, ନଗେନ ସାମନ୍ତରାୟ, ସଞ୍ଜୀବ କୁମାର ଦାସ, ଦେବରାଜ ଗଉଡ଼, ଗଗନ ବିହାରୀ ଜେନା, ହରିହର ନାୟକ, ରବିନାରାୟଣ ସିଂହ, ଉମେଶ ଚନ୍ଦ୍ର ଜେନା, ଅଜୟ କୁମାର ମହାନ୍ତି, ଧ୍ରୁବ ଚରଣ ନାୟକ, ରବୀନ୍ଦ୍ର କୁମାର ସରାଫ, କୈଳାସ ଚନ୍ଦ୍ର ସାମଲ, ନୃସିଂହ ଚରଣ ବିଶ୍ୱାଳ, ବିବେକାନନ୍ଦ ଜେନା, ଶ୍ରୀନିବାସ ରାୟ, ବିଶ୍ୱନାଥ ଜେନା ଏବଂ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.