
- ମରାମତି ଓ ଡିପିଆର ପ୍ରସ୍ତୁତି ପାଇଁ ବିଧାୟକଙ୍କ ଚିଠି ପୁର୍ତ୍ତ ବିଭାଗ ଅଣଦେଖା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ମନ୍ଦିରର ଗମ୍ଭୀରାଘର ବିପଦମୁଖ ଅବସ୍ଥାରେ । ମା’ଙ୍କ ପରଭା ଫାଟ ଫାଟ ସୃଷ୍ଟି ହୋଇ ଦେବୀଙ୍କ ପ୍ରତିମୂର୍ତ୍ତିରେ ସିମେଣ୍ଟ ଗୁଣ୍ଡ ଓ ଚୁନ ପଥର ପଡୁଛି । ତାହା ଏବେ ଅଶୁଭ ସଂକେତ । ଏ ବାବଦରେ ଦୀର୍ଘ ୫ ବର୍ଷ ହେବ ଦେବୋତ୍ତର ବିଭାଗ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଇପାରୁ ନାହିଁ । ଆଗକୁ ଗଣପର୍ବ ନୂଆଖାଇ ଓ ଦଶହରା ପର୍ବ ହେବ । ଭଙ୍ଗା ପରଭା ଓ ଗମ୍ଭିରା ଘର ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନକୁ ଦାବି କରାଯାଇଥିଲା । ଏ ନେଇ ଗତ ୧୩.୦୬.୨୦୨୬ ଦିନ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପତ୍ର ସଂଖ୍ୟା ୧୨୪୬/୨୦୨୬ ଏକ ଚିଠି ପତ୍ର ଡିପିଆର ପ୍ରସ୍ତୁତ ପାଇଁ ପୂର୍ତ୍ତ ବିଭାଗକୁ ଚିଠି ପ୍ରଦାନ କରାଯାଇଥିଲା । ଦୀର୍ଘ ୨୫ ଦିନ ବିତିଯିବ ପୂର୍ତ୍ତ ବିଭାଗ ଏ ଯାଏଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ବିଧାୟକଙ୍କ ଚିଠିକୁ ଅଣଦେଖା କରୁଛି ବୋଲି ଦେବାଳୟ ଐହିତ୍ୟ ସୁରକ୍ଷା କମିଟି ଦାବି କରିଛି । ଆଗାମୀ ୭ ଦିନ ମଧ୍ୟରେ ପୁର୍ତ୍ତ ବିଭାଗ କିଛି କାର୍ଯ୍ୟକାରୀ ନ କଲେ କିମ୍ବା ଡିପିଆର ପ୍ରସ୍ତୁତି ନ କଲେ ଗାନ୍ଧୀ ପ୍ରତିମୂର୍ତ୍ତିରେ ବସିବା ପାଇଁ କମିଟି ନିଷ୍ପତ୍ତି ନେଇଛି । ଜିଲ୍ଲାପାଳ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ବିଷୟରେ କମିଟି ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି । ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନିଷ୍ପତ୍ତି କ୍ରମେ ସଂପାଦକ ପ୍ରଶାନ୍ତ ମହାକୁର ଏହି ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ସହ ସଂପାଦକ ରିଣ୍ଟୁ ସାହୁ, ଶମ୍ଭୁ ଶତପଥି, ଆନନ୍ଦ ମିଶ୍ର, ସୁରେନ୍ଦ୍ର ନେଗୀ ଓ ମନ୍ଦିର କମିଟି ନିଷ୍ପତ୍ତି ନେଇଥିବା ବେଳେ ଏ ବାବଦରେ ଆଇନର ସହାୟତା ନେବେ ବୋଲି ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

