
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ ଯୁକ୍ତ ୨ ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ । ସେହିପରି ଆଜି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଜିଲ୍ଲାର ବିନିକା ବ୍ଲକରେ ଥିବା ବେଳେ ତାକୁ ମଧ୍ୟ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରେଡ୍ ଜୋନରେ ରହିଛି ସୁବର୍ଣ୍ଣପୁର ଜିଲ୍ଲା । ଗତକାଲି ରବିବାର ଦିନ ସାରା ବର୍ଷା ଲାଗି ରହିଥିବା ବେଳେ ରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିବା ସହ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାପଡ଼ିଛି ।
