
ରାଉରକେଲା, (କେପିଏନ୍ଏସ୍) : ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ସ୍ଥାପନ ଦାବି ଓ ମଡେଲ ହସ୍ପିଟାଲର ପୂର୍ଣ୍ଣାଗୀକରଣକୁ ନେଇ ହିନ୍ଦ ମଜଦୁର ସଭାର ସମ୍ପାଦକ ଦିଗମ୍ବର ନେତୃତ୍ୱରେ ଏକ ବାରଜଣିଆ ପ୍ରତିନିଧି ମଣ୍ଡଳୀଙ୍କ ନୂଆଦିଲ୍ଲୀ ଗସ୍ତ ଅବସରରେ, ଇଏସ୍ଆଇସି କେନ୍ଦ୍ରୀୟ ବୋର୍ଡ଼ରେ ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନା ନେଇ ହିନ୍ଦ ମଜଦୁର ସଭାର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଓ ଇଏସ୍ଆଇସି କେନ୍ଦ୍ରୀୟ ବୋର୍ଡ଼ ସଦସ୍ୟ /ମେମ୍ବର ହରଭଜନ ସିଂ ସିଧୁ ତା ୩୦.୦୬.୨୦୨୬ ରିଖରେ ବୋର୍ଡ ବୈଠକରେ ଉପସ୍ଥାପନା ପରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଇ ଏସ୍ଆଇସି କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ଡ. ମନସୁଖ ମଣ୍ଡଭ୍ୟ, ମଡେଲ ହସ୍ପିଟାଲର ଅପଗ୍ରେଡେସନ ଅର୍ଥାତ୍ ୧୫୦ ଶଯ୍ୟା କରିବା ସହିତ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଓଡ଼ିଶାର ଶିଳ୍ପ ରାଜଧାନୀ ରାଉରକେଲାରେ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ପ୍ରାଥମିକ ସ୍ଥରରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତତ୍ ସହିତ ରାଉରକେଲା ମଡେଲ ହସ୍ପିଟାଲରେ ଖାଲିଥିବା ଅସ୍ଥି ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, କାନ, ଗଳା ଓ ନାସା ଡାକ୍ତର ପଦ ପୂରଣ ଆବଶ୍ୟକ ସରଞ୍ଜାମ, ଅଲଟ୍ରାସାଉଣ୍ଡ ସ୍ଥାପନ ବ୍ୟବସ୍ଥା ସହିତ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣର ଯୋଗାଇଦେବା ନେଇ ପ୍ରତିନିଧି ମଣ୍ଡଳୀ ଇଏସ୍ଆଇସି ମେଡିକାଲ କମିଶନର ଡ. ଆର ଶ୍ରୀନିବାସନଙ୍କୁ ସାକ୍ଷାତ ଆଲୋଚନା କରିଥିଲେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାସହିତ ମଡେଲ ଅଧିକ୍ଷକ ଡ. ମସିହ ପ୍ରକାଶ ମିଞ୍ଜଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରମିକ ନେତା ଦିଗମ୍ବର ମହାନ୍ତି, ଚକ୍ରଧର ଜେନା, ଦିଲ୍ଲୀପ ଜେନା, ନଟବର ପାତ୍ର, ପ୍ରଶାନ୍ତ ତ୍ରିପାଠୀ, ବିଦୁରେଖା ସାହୁ, ରିଙ୍କି ଦେବୀ, ରାକେଶ ଚାନ୍ଦ, ତନୟ ରଥ ଅନାମ ସାହୁ, ଜଗନ୍ନାଥ ଜେନା, ନିର୍ମଳ ଦାସ ପ୍ରଭୃତି ସାକ୍ଷାତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
