jayashree

ଡେଙ୍ଗ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ଜୁନିୟର ରେଡକ୍ରସ ତରଫରୁ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତିପ୍ରେମୀ ପୁରୁଷୋତ୍ତମ ରଣା ଯୋଗ ଦେଇଥିଲେ । ଶିକ୍ଷକ କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ନନ୍ଦ, ଦେବେଶ ହୋତା ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଅଭିଭାଷଣରେ ବୃକ୍ଷର ଉପାଦେୟତା ବିଷୟରେ ଅବଗତ କରିବା ସହିତ ତାହାର ସୁରକ୍ଷା ନିତ୍ୟାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ ସେଚ୍ଛାସେବୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ଶିକ୍ଷକ ଏବଂ ଗ୍ରାମବାସୀମାନେ ଯୋଗଦାନ କରିଥିଲେ । ଶିକ୍ଷକ ଦୀପକ ସେନ ଧରୁଆ, ସମୀର ସେଠି, ବୃନ୍ଦାବନ ଭୂଏ, ଅବିନାଶ ଭୋଇ, ହିମାଂଶୁ ଶେଖର ବିଶ୍ଵାଳ, ଅଶୋକ କୁମାର ନାୟକ, ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ, କାନ୍ତି ଭୋଇ, ଦ୍ରୌପଦୀ ଭୋଇ, ଶିବାନୀ ମଲ୍ଲିକ, ଜ୍ୟୋସ୍ନାମୟୀ ଝାଙ୍କର ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମୀ ଦୀପ, ଲୀଳାବତୀ ରଣା, ରୋହିଣୀ ରଣା, ସୁଭଦ୍ରା ରଣା, ପୁରୁଷୋତ୍ତମ ରଣା, ସଭାପତି କ୍ଷିତିସୂତା ରଣା ତଥା ପୁରାତନ ଛାତ୍ର ସନୁ ରଣା, ଜଗା ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ରେଡକ୍ରସ କାଉନସେଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ବିଜ୍ଞାନ ଶିକ୍ଷକ ମନରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.